ମହାରାଷ୍ଟ୍ର ସଂକଟ : ଶୁକ୍ରବାର ରାତିରେ ଫଡନବୀସଙ୍କୁ ଭେଟିଥିଲେ ଏକନାଥ ସିନ୍ଦେ ?

ମୁମ୍ବାଇ :  ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ପଛରେ କୌଣସି ଭୂମିକା ନାହିଁ ବୋଲି ବିଜେପି ପକ୍ଷରୁ ବାରମ୍ବାର କୁହାଯାଉଥିଲେ ବି ବିଜେପିକୁ ନେଇ ସଂଦେହ ବଢିବାରେ ଲାଗିଛି । ଗଣମାଧ୍ୟମ ସୂଚନା ଅନୁସାରେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଶୁକ୍ରବାର ରାତିରେ ଗୁଜୁରାଟର ଭରୋଦରାଠାରେ ବିଜେପି ନେତା ଦେବେନ୍ଦ୍ର ଫଡନବୀଶଙ୍କୁ ସାକ୍ଷାତ କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ସଂପର୍କରେ ଉଭୟ ନେତା ଆଲୋଚନା କରିଥିବା କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଗତ କାଲି ଭଦୋଦରାରେ ଥିବା କୁହାଯାଉଛି ।

ଅନ୍ୟପକ୍ଷରେ ବିଦ୍ରୋହୀ ପକ୍ଷ ଏକ ନୂଆ ଦଳ ଗଠନ କରି ତାହାକୁ ଶିବସେନା ବାଲାସାହେବ ଭାବେ ନାମିତ କରିବାକୁ ଘୋଷଣା କରିବା ପରେ ତାହାକୁ ବିରୋଧ କରିଛି ଶିବସେନା ଓ ଏହାର ସୁପ୍ରିମୋ ଉଦ୍ଧବ ଠାକରେ । ବାଲାସାହେବଙ୍କ ନାମର ଦୁରୁପଯୋଗ ବିରୋଧରେ ଶିବସେନା ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ।

ଆଜି ଅନୁଷ୍ଠିତ ଶିବସେନା ଜାତୀୟ କାର୍ଯ୍ୟକାରିଣୀରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଧବ ଠାକରେଙ୍କୁ କ୍ଷମତା ଅର୍ପଣ କରାଯାଇଛି । ଏହା ସହିତ ଦଳକୁ ଧୋକା ଦେଇଥିବା ବିଧାୟକମାନଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବଆଗତ ହୋଇଛି ।

ଶିବସେନା ଓ ବାଲାସାହେବ ଠାକରେ ଗୋଟିଏ ମୁଦ୍ରାର ଦୁଇ ପାଖ ବୋଲି ଉଦ୍ଧବ କହିଛନ୍ତି ।

 

 

ସମ୍ବନ୍ଧିତ ଖବର