ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ତେବେ ଆଜି ସମସ୍ତଙ୍କ ନଜର ସୁପ୍ରିମ କୋର୍ଟଙ୍କ ଉପରେ ରହିବ । ଆଜି ସୁପ୍ରିମକୋର୍ଟରେ ଦିନ୧୦ଟାରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଏହା ପୂର୍ବରୁ ୧୫୦ ଜଣ ବିଧାୟକଙ୍କ ସମର୍ଥନ ତାଲିକା ଏନସିପି-କଂଗ୍ରେସ ଓ ଶିବସେନା ପକ୍ଷରୁ ଦାଖଲ କରାଯିବ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନିଜର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୧ ଜଣ ବିଧାୟକଙ୍କ ସମର୍ଥନ ଥିବା ଏନସିପି ଦାବି କରିଛି । ନିଖୋଜ ଥିବା ଦଳର ୪ ଜଣ ବିଧାୟକଙ୍କୁ ହରିୟାଣାରେ ଠାବ କରି ଫେରାଇଅଣାଯିବା ପରେ ଏବେ ୫୩ ବିଧାୟକ ଏନସିପି ପାଖରେ ଅଛନ୍ତି । କେବଳ ଅଜିତ ପାଓ୍ଵାର ବିଜେପି ଶିବିରରେ ଅଛନ୍ତି ।
ତେବେ ବିଜେପି ପକ୍ଷରୁ ତାଙ୍କ ବିଧାୟକମାନଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ଏନସିପି କହିଛି । ଗତକାଲି ଅଜିତ ପାଓ୍ଵାର ଦାବି କରିଥିଲେ ଯେ ସମସ୍ତ ଏନସିପି ବିଧାୟକ ବିଜେପିକୁ ସମର୍ଥନ କରିବେ, କିନ୍ତୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଏହାକୁ ଅସ୍ୱୀକାର କରିଥିଲେ ।
ମହାରାଷ୍ଟ୍ରରେ ଘଡ଼ିକେ ଘୋଡା ଛୁଟୁଛି, ଏନସିପି ଶିବିରକୁ ଫେରିଲେ ୪ ନିଖୋଜ ବିଧାୟକ
/sambad/media/post_attachments/wp-content/uploads/2019/11/ncp-mla1.jpg)