ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଖେଳର ମୁଖ୍ୟ ଖେଳାଳି କିଏ ?

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଖେଳ ଦିନକୁ ଦିନ ଅଧିକ ରୋଚକ ହେଉଛି । ଶନିବାର ଦିନ ବିଜେପିର ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ସ୍ଥିତି ସ୍ପଷ୍ଟ ହେବା ବଦଳରେ ଅଧିକ ଜଟିଳ ହୋଇଛି । ତେବେ ଏହା ସମସ୍ତେ ସ୍ୱୀକାର କରିବେ ଯେ ଏସବୁ ନାଟକର କେନ୍ଦ୍ରରେ ରହିଛନ୍ତି ପାଓ୍ଵାର ପରିବାର ।

ଗତକାଲି ଶରଦ ପାଓ୍ଵାରଙ୍କ ପୁତୁରା ଅତିତ ପାଓ୍ଵାରଙ୍କ ସମର୍ଥନରେ ଫଡନବୀସ ଶପଥ ନେବା ପରେ ସଂଧ୍ୟାରେ ଶରଦ ପାଓ୍ଵାର ଅଧିକାଂଶ ବିଧାୟକଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜି ଅର୍ଥାତ ରବିବାରଦିନ ଅଜିତ ପାଓ୍ଵାର ଟ୍ଵିଟ କରି ଜଣାଇଲେ ଯେ ସବୁକିଛି ଠିକ ଅଛି, ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତି ବିଜେପି-ଏନସିପି ସରକାର ଚାଲିବ । ଏହାର କିଛି ସମୟ ପରେ ଶରଦ ପାଓ୍ଵାର ଟ୍ଵିଟ କରି ସ୍ପଷ୍ଟ କଲେ ଯେ ବିଜେପି ସହିତ କୌଣସି ମେଣ୍ଟ ହୋଇନାହିଁ, ମେଣ୍ଟ କେବଳ ଶିବସେନା ଓ କଂଗ୍ରେସ ସହିତ ହୋଇଛି । କିନ୍ତୁ ଦାଦା ପୁତୁରାଙ୍କ ଏହି ଟ୍ଵିଟର ଯୁଦ୍ଧ ସ୍ଥିତିକୁ ସ୍ପଷ୍ଟ କରିବା ବଦଳରେ ଜଟିଳ କରିଦେଇଛି ।

ଅଜିତଙ୍କ ବିଦ୍ରୋହ ସତ୍ତ୍ୱେ ଶରଦ ପାଓ୍ଵାର ତାଙ୍କୁ ଏପର୍ଯ୍ୟନ୍ତ ଦଳରୁ ବହିଷ୍କାର କରିନାହାନ୍ତି । ଆହୁରି ମଧ୍ୟ କିଛି ଦିନ ତଳେ ଶରଦ ପାଓ୍ଵାର ମୋଦୀଙ୍କୁ ଭେଟିବା ଓ ମୋଦୀ ସଂସଦରେ ଏନସିପିକୁ ପ୍ରସଂଶା କରିବା ଏକ ଭିନ୍ନ ସମୀକରଣ ନେଇ ସଂଦେହ ସୃଷ୍ଟି କରିଥିଲା । ଏପର୍ଯ୍ୟନ୍ତ ଏହି ସଂଦେହ ତୁଟିବା ବଦଳରେ ଅଧିକ ଗଭୀର ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର