ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଗତକାଲି ଯେଉଁ ପିଟିସନ ଦାଖଲ କରାଯାଇଥିଲା ତାହାର ଶୁଣାଣି କରି ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର , ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି। କାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ ପାଇଁ ନିର୍ଦେଶ, ଦିଆଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି।
(ରବିବାର) ଦିନ ୧୧ଟା ୩୦ ମିନିଟରେ ଶୁଣାଣି ଆରମ୍ଭ ହେବା ଆଗରୁ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଥିଲେ। ଏଥିଲାଗି ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠରେ ଚାଲିଛି ମହାରାଷ୍ଟ୍ର ମାମଲାର ଶୁଣାଣି କରିଛନ୍ତି। ଏଥିରେ ସମସ୍ତ ପକ୍ଷର ଓକିଲ ନିଜ ନିଜର ମତ ରଖିଛନ୍ତି। ଏଥିରେ କପିଲ ଶିବଲ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଅପରପକ୍ଷରେ ବିଜେପିର ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଛନ୍ତି ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବଦଳାଯାଇପାରିବ ନାହିଁ। ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷର କଥା ଶୁଣିବାପରେ କି ରାୟ ଦେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ଥିଲା।
ସୂଚନାଯୋଗ୍ୟ,ଏହି ପିଟିସନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯିବା ସହିତ ଫଡନାଭିସଙ୍କୁ ୨୪ ଘଣ୍ଟା ଭିତରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ନିର୍ଦେଶ ଦେବାକୁ ଦାବି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/supreme-court-next-day_thumb-2.jpg)