ମୁମ୍ବାଇ: ଆସନ୍ତା ବର୍ଷ ମାର୍ଚ ମାସ ଠାରୁ ପ୍ଲାଷ୍ଟିକ୍‌ ମୁକ୍ତ ରାଜ୍ୟ ହେବା ନିମନ୍ତେ ଗୁରୁବାର ଦିନ ମହାରାଷ୍ଟ୍ର ସରକାର ଏକ ଯୋଜନା ଉନ୍ମୋଚନ କରିଛନ୍ତି।

Advertisment

ପରିବେଶ ମନ୍ତ୍ରୀ ରାମଦାସ କଦମ କହିଛନ୍ତି: ଦେଶରେ ପ୍ଲାଷ୍ଟିକ୍‌ ମୁକ୍ତ ମାନ୍ୟତା ପାଇଥିବା ଛଅଟି ରାଜ୍ୟ ଅଛି। ସେମାନଙ୍କର ମଡେଲ୍‌ ଅଧ୍ୟୟନ କରି ବିଚାର ନିମନ୍ତେ କ୍ୟାବିନେଟ୍‌କୁ ଏକ ପ୍ରସ୍ତାବ ଦେବାକୁ ଆମେ ସେଠାକୁ ଏକ ଟିମ୍‌ ପଠାଉଛୁ।

publive-image Image Courtesy of TOI

ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ପ୍ଲାଷ୍ଟିକ୍‌ ବୋତଲରେ ଆସୁଥିବା ପାଣି ନିଷିଦ୍ଧ କରିବା ପୂର୍ବରୁ ସରକାର ପ୍ରଥମେ ତାହାକୁ ମନ୍ତ୍ରାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟରେ ନିଷିଦ୍ଧ କରିବାକୁ ଚାହୁଁଛନ୍ତି। ଆମେ ପ୍ରଥମେ ମନ୍ତ୍ରାଳୟରୁ ଆରମ୍ଭ କରିବୁ, ଏଠାରେ ନିଷିଦ୍ଧ କରି ସାରିବା ପରେ, ଏହାକୁ ଅନୁସରଣ କରିବାକୁ ଆମେ ଅନ୍ୟମାନଙ୍କୁ କହିପାରିବୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସମ୍ପ୍ରତି ଅମଲାତନ୍ତ୍ର କାର୍ଯ୍ୟାଳୟ ଏବଂ ମନ୍ତ୍ରାଳୟର ମନ୍ତ୍ରୀମାନେ ଅତିଥିମାନଙ୍କୁ ‘ପେଟ୍‌’ ବୋତଲରେ ପାଣି ଦେଉଛନ୍ତି, ପ୍ରତି ସଭାରେ ଟେବୁଲ୍‌ ଉପରେ ରଖାଯାଉଛି ପ୍ୟାକେଜ୍‌ଡ୍‌ ପାଣି ବୋତଲ ଏବଂ ହଜାର ହଜାର ଲୋକେ ପ୍ଲାଷ୍ଟିକ୍‌ ପାଣି ବୋତଲ ଧରି ଯିବା ଆସିବା କରୁଛନ୍ତି।

publive-image
ଏପରି ନିଷ୍ପତ୍ତିକୁ ଗ୍ରହଣ କରି ଆବଶ୍ୟକ ପରିବର୍ତ୍ତନ କରିବାକୁ ଆମେ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କୁ ସମୟ ଦେବାକୁ ଆମେ ଆଗତୁରା ଏକଥା ପ୍ରଘଟ କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି। ଆସନ୍ତା କେତେ ସପ୍ତାହ ମଧ୍ୟରେ ବିବରେଜ୍‌ ନିର୍ମାତା ଏବଂ ଶିଳ୍ପାନୁଷ୍ଠାନର ନେତୃବର୍ଗଙ୍କ ସହ ସରକାର ଆଲୋଚନା କରିବେ। ବିଘଟନ ହୋଇଯାଉଥିବା ପ୍ଲାଷ୍ଟିକ୍‌ ଭଳି ପରିବେଶ ଅନୁକୂଳ ବିକଳ୍ପ ବାଛିବାକୁ ସରକାର ସେମାନଙ୍କୁ କହିବେ।

ସଚେତନତା ଜାଗ୍ରତ କରାଇବା ଏବଂ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ସରକାର ଜିଲ୍ଲା ଯୋଜନା ଏବଂ ବିକାଶ କମିଟି ଅଧୀନରେ ପାଣ୍ଠି ବ୍ୟବହାର କରିବେ। କପଡ଼ା ଏବଂ ଝୋଟ ବ୍ୟାଗ୍‌କୁ ଉତ୍ସାହିତ କରିବାକୁ ସିଏସ୍‌ଆର୍‌ ଫଣ୍ଡ୍‌ର ବ୍ୟବହାର କରାଯିବ ବୋଲି ସେ ଅଧିକାରୀ ଜଣକ କହିଛନ୍ତି। ୨୦୦୫ ବନ୍ୟା ଯୋଗୁଁ ମୁମ୍ବାଇ ଏବଂ ତାହାର ଉପନଗରୀମାନଙ୍କରେ କେତେକ ଜୀବନ ହାନି ଘଟିବାରୁ ୫୦ ମାଇକ୍ରୋନ୍‌ରୁ କମ୍‌ ମୋଟେଇର ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ବ୍ୟବହାର ନିଷିଦ୍ଧ କରାଯାଇଛି। କିନ୍ତୁ, ତାହା କଡ଼ାକଡ଼ି ଭାବେ ପାଳିତ ହେଉ ନ ଥିବା ଅଧିକାରୀମାନେ ସ୍ୱୀକାର କରିଛନ୍ତି। ସାମାଜିକ କର୍ମୀମାନେ କହନ୍ତି: ଏଭଳି ନିଷ୍ପତ୍ତିରେ ନିଷିଦ୍ଧାଦେଶ ପ୍ରବର୍ତ୍ତନ କରିବା ହିଁ ବଡ଼ କଥା।

‘ଏଆଇପିଏମ୍‌ଏ’ (ଅଲ୍‌ ଇଣ୍ଡିଆ ପ୍ଲାଷ୍ଟିକ୍‌ ମ୍ୟାନୁଫ୍ୟାକ୍‌ଚରର୍ସ ଆସୋସିଏସନ୍‌) ଅନୁସାରେ, ଭାରତରେ ଦୈନିକ ୧୫୦୦ ଟନ୍‌ର ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି। ଏହା ସମୁଦାୟ ଆବର୍ଜନାର ୧୫%।

publive-image
ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରିବା ଆବର୍ଜନା ସମସ୍ୟାର ସମାଧାନ ନୁହେଁ। ଯଦିବା ସରକାର ପ୍ଲାଷ୍ଟିକ୍‌ ନିଷିଦ୍ଧ କରନ୍ତି, କାଚ ବୋତଲ ଏବଂ କପଡ଼ା ବ୍ୟାଗ୍‌ ଭଳି ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ରାସ୍ତାରେ ପଡ଼ିବ। ଆବର୍ଜନା ପରିଚାଳନା ହିଁ ମୁଖ୍ୟ କଥା।

ଭାରତ ବାର୍ଷିକ ପ୍ରାୟ ୪୩ ମିଲିୟନ୍‌ ଟନ୍‌ ଆବର୍ଜନ ତିଆରି କରୁଛି। ସେଥିରୁ ମାତ୍ର ୨୮% ପ୍ରୋସେସ୍‌ଡ୍‌ ଓ ଟ୍ରିଟେଡ୍‌ ହୋଇ ପାରୁଛି। ରାସ୍ତା ନିର୍ମାଣରେ ବ୍ୟବହାର କରି, ଜାଳେଣିରେ ପରିଣତ କରି, ସେମିତି ଅନ୍ୟ କିଛି ଉପାୟ ମାଧ୍ୟମରେ ପ୍ଲାଷ୍ଟିକ୍‌ ଆବର୍ଜନାର ପରିଚାଳନା କରାଯାଇ ପାରିବ।