ମୁମ୍ବାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି | ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ କାହାର ଯାଦୁ କାମ କରିବ ସେନେଇ ଏବିପି ସି-ଭୋଟର ଏକଜିଟ୍ ପୋଲର ଆକଳନ ପ୍ରକାଶ ପାଇଛି। ଏକଜିଟ୍ ପୋଲ୍ ଅନୁଯାୟୀ ମହାବିକାସ୍ ଅଘାଡି (ଇଣ୍ଡିଆ ଆଲାଇନ୍ସ) ୨୩ ରୁ ୨୫ ଟି ସିଟ୍ ପାଇବାର ସମ୍ଭାବନା ରହିଛି। ଯେତେବେଳେ କି ମହାୟୁତି ଆଲାଇନ୍ସ (ଏନଡିଏ) କୁ ୨୨ ରୁ ୨୬ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି। ଯଦି ଆମେ ଭୋଟ୍ ସେୟାର ବିଷୟରେ କହିବା, ତେବେ ଇଣ୍ଡିଆ ମେଣ୍ଟ ୪୪ ପ୍ରତିଶତ, ଏନଡିଏ ୪୫ ପ୍ରତିଶତ ଭୋଟ ମିଳିଥିବାର ଆକଳନ କରାଯାଇଛି |ମହାରାଷ୍ଟ୍ରର ପାଞ୍ଚଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା।

Advertisment

ମହାରାଷ୍ଟ୍ରରେ, ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ୫ଟି ଆସନରେ, ଦ୍ୱିତୀୟ ପର୍ଯ୍ୟାୟରେ ୨୬ ଏପ୍ରିଲରେ ୮ଟି ଆସନରେ, ତୃତୀୟ ପର୍ଯ୍ୟାୟରେ ମେ ୭ରେ ୧୧ଟି ସିଟରେ, ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ମଧ୍ୟ ୧୧ଟି ଆସନରେ ଏବଂ ଶେଷ ପର୍ଯ୍ୟାୟରେ ମେ ୨୦ରେ ୧୩ଟି ଆସନରେ ମତଦାନ ହୋଇଥିଲା | ତେବେ ଅନ୍ୟ ଏଜେନ୍ସି ମୁତାବକ ରିପବ୍ଲିକ ଏନଡିଏ ୨୯ଟି ଆସନ ପାଇବାର ଆକଳନ କରିଥିବାବେଳେ ଇଣ୍ଡିଆ ମେଣ୍ଟ ୧୯, ଟାଇମ୍ସ ନାଓ ଏନଡିଏକୁ ୨୬ ଓ ଇଣ୍ଡିଆ ମେଣ୍ଟାକୁ ୨୨ଟି ଆସନ ପାଇବାର ଆକଳନ କରିଛନ୍ତି |