‘ଯେଉଁ ଦେଶରେ ଭିଡ଼ ହିଂସା ଉତ୍କଟ, ସେଠି ଗାନ୍ଧୀ ଜାତିର ପିତା ହୋଇ ନ ପାରନ୍ତି’: ସୁବୋଧ କର୍‌କରେ

ୱାର୍ଦ୍ଧା: ଯେଉଁ ଦେଶରେ ଭିଡ଼ ହିଂସା ଭଳି ସମସ୍ୟା ଉଦ୍‌ବେଗଜନକ ଏବଂ ଯେଉଁଠି ନିୟମିତ ବୁଦ୍ଧିଜୀବୀମାନଙ୍କୁ ହତ୍ୟା କରାଯାଉଛି, ସେ ଦେଶରେ ଗାନ୍ଧୀ ଜାତିର ପିତା ହୋଇ ନ ପାରନ୍ତି ବୋଲି ବିଶିଷ୍ଟ କଳାକାର ସୁବୋଧ କର୍‌କରେ କହିଛନ୍ତି। କର୍‌କରେଙ୍କ ଏହି ଉକ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କର୍‌କରେ ହେଉଛନ୍ତି ଗୋଆସ୍ଥିତ ଗାନ୍ଧୀ ମ୍ୟୁଜିୟମ୍‌ର ନିର୍ଦ୍ଦେଶକ ଏବଂ ବିଶିଷ୍ଟ ଗାନ୍ଧୀବାଦୀ କଳାକାର। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗୋଆ ସେବାଗ୍ରାମ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍‌କରେ ମୋଦୀ ସରକାରଙ୍କ ସମୟ‌ରେ ଦେଶରେ ହେଉଥିବା ଭିଡ଼ହିଂସା ଓ ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ ଘଟଣାର କଡ଼ା‌ ନିନ୍ଦା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଭାରତର ପିତା’ କହିବା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଠିକ୍‌ କହିଛନ୍ତି ବୋଲି କର୍‌କରେ କହିଛନ୍ତି। ପ୍ରକୃତରେ ଗାନ୍ଧୀ ଜାତିର ପିତା ନୁହଁନ୍ତି, ମୋଦୀ ହିଁ ଭାରତର ପିତା ବୋଲି କର୍‌କରେ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର