ନୂଆଦିଲ୍ଲୀ: ମହାତ୍ମାଗାନ୍ଧୀଙ୍କ ହାତ ଲେଖା ଏକ ପତ୍ର ଆମେରିକାରେ ନିଲାମ ହୋଇଛି। ଏହି ପତ୍ରରେ ଗାନ୍ଧୀ ଚରଖାର ଗୁରୁତ୍ୱ ବିଷୟରେ ଜଣାଇଛନ୍ତି। ଆମେରିକାର ଆରଆର ଆକସନ୍ ଏହାର ସୂଚନା ଦେଇ କହିଛନ୍ତି, ଗାନ୍ଧୀଙ୍କ ଏହି ପତ୍ରକୁ ୬ହଜାର ୩୫୮ଡଲାର ଅର୍ଥାତ୍ ୪ଲକ୍ଷ ୫୯ହଜାର ଟଙ୍କାରେ ନିଲାମ କରାଯାଇଛି। ଅନଲାଇନ୍ କରାଯାଇଥିବା ନିଲାମ୍ରେ ଏହି ପତ୍ରକୁ କିଣିଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନାହିଁ। ମହାତ୍ମାଗାନ୍ଧୀଙ୍କ ଏହି ପତ୍ରରେ କୌଣସି ତାରିଖ ଲେଖା ଯାଇନାହିଁ। ସେଥିପାଇଁ ଏହା କହିବା ସମ୍ଭବ ହେଉ ନାହିଁ କି ଗାନ୍ଧୀ ଜୀ ଏହି ପତ୍ର କେବେ ଲେଖିଥିଲେ।
ଏହି ପତ୍ର ଗୁଜୁରାଟୀ ଭାଷାରେ ଯଶବନ୍ତ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ମହାତ୍ମାଗାନ୍ଧୀ ଲେଖିଥିଲେ। ପତ୍ରରେ ଗାନ୍ଧୀ ଜୀ ଚରଖାର ମହତ୍ତ୍ୱ ବିଷୟରେ କହିଛନ୍ତି। ଏହା ମାଧ୍ୟରେ ଯଶବନ୍ତ ପ୍ରସାଦଙ୍କୁ ଗାନ୍ଧୀ ଜୀ କହିଛନ୍ତି, ମୁଁ ଚରଖାକୁ ଏଥିପାଇଁ ଆପଣାଇଥିଲି କାରଣ ଚରଖା ଆର୍ଥିକ ସ୍ୱାଧୀନତାର ପ୍ରତୀକ ଅଟେ। ମୁଁ ଯେଉଁ ଚରଖା ବିଷୟରେ ଭାବିଥିଲି ତାହା ଏହା ହିଁ ଅଟେ। ପତ୍ର ଶେଷରେ ଗାନ୍ଧୀ ଜୀ ଆର୍ଶୀବାଦ ବି ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/gandhi-6_555_092318035217.jpg)