ମଦ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ମୋଦୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲେ ଗାନ୍ଧିପ୍ରେମୀ

ତିରୁବନ୍ତପୁରମ: ମଦ ବୋତଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ | ଇସ୍ରାଏଲର ମଦ କମ୍ପାନୀ ମାକା ବ୍ରେବରି ଏହାର ମଦ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଛି | ଯାହାକୁ ନେଇ ମହାତ୍ମାଗାନ୍ଧୀ ନ୍ୟାସନାଲ ଫାଉଣ୍ଡେସନର କର୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିଯୋଗ କରିଛନ୍ତି | କେବଳ ମୋଦୀ ନୁହେଁ ବରଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁଙ୍କୁ ମଧ୍ୟ ଚିଠି ଲେଖାଯାଇଛି |

ମଦ କମ୍ପାନୀ ଓ ଏହାର କର୍ତ୍ତୃପକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି | ଅଭିଯୋଗ ପତ୍ରରେ ଲେଖାଯାଇଛି ଯେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛାପି ମହାତ୍ମାଙ୍କ ଆଦର୍ଶକୁ ଅଶୋଭନୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି | ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ପ୍ରେରଣା ଭାବେ ସାରା ଦୁନିଆ ମଣୁଥିବାବେଳେ ଏଭଳି ଏକ ବିଜ୍ଞାପନକୁ ତୁରନ୍ତ ହଟାଯିବାକୁ ଦାବି କରାଯାଇଛି |

ଫାଉଣ୍ଡେସନର ଅଧ୍ୟକ୍ଷ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ମଦର ବ୍ୟବହାର ଓ ପ୍ରଚାରକୁ ବିରୋଧ କରୁଥିଲେ | ସେ ଆଜୀବନ ମଦକୁ ବିରୋଧ କରୁଥିଲେ | ତେଣୁ ତାଙ୍କ ଫଟୋକୁ ମଦ ବୋତଲରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର