ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ଗୋଚରାର୍ଥେ ଖୁବ୍‌ ଶୀଘ୍ର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ମହାତ୍ମା ଗାନ୍ଧୀଙ୍କର ବ୍ଲଡ୍‌ ପ୍ରେସର୍‌ ରେକର୍ଡ ପ୍ରକାଶ କରିବ। ଜାତିର ଜନକଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବା ଉଦ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ କରାଯାଇଥିବା ଏହି ତଥ୍ୟ ପ୍ରକାଶ କରିବ।

Advertisment

‘ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ରିସର୍ଚ’ର ଏହି ସ୍ମାରକୀ ସଂଖ୍ୟା ଗାନ୍ଧୀ ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରିବେଶଣ କରାଯାଉଛି। ‘ଆଇସିଏମ୍‌ବି’ର ଡାଇରେକ୍ଟର୍‌ ଜେନେରାଲ୍‌ ବଳରାମ ଭାର୍ଗବ ବୁଧବାର ଦିନ କହିଛନ୍ତି: ଜାତିର ଜନକ ହାଇପର୍‌ଟେନ୍‌ସନ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ କି ଭଳି ତାଙ୍କ ରକ୍ତଚାପ ପରିଚାଳନା କରୁଥିଲେ ତା’ର ସାରଣୀ ସବୁ ଆମେ ପ୍ରକାଶ କରିବୁ।

ଭାର୍ଗବ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ରେକର୍ଡ ପରିଚାଳନା କରୁଥିବା ଗାନ୍ଧୀ ଯାଦୁଘର ଏବଂ ଅନ୍ୟାନ୍ୟ ଏଜେନ୍‌ସିଙ୍କ ଠାରୁ ଆବଶ୍ୟକ ଅନୁମତି ଅଣା ଯାଇଛି। ଗାନ୍ଧୀ ଯାଦୁଘରେ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ସଂକ୍ରାନ୍ତ ରେକର୍ଡ ମିଳୁଛି ଏବଂ ଯେ କେହି ତାହା ପାଇ ପାରିବେ। ସେ ଆହୁରି ମଧ୍ୟ କହିଛନ୍ତି କି, ହାଇପର୍‌ ଟେନ୍‌ସନ୍‌ ଚିକିତ୍ସା ନିମନ୍ତେ ଗାନ୍ଧୀଙ୍କ ଅମଳରେ ପ୍ରାୟ କିଛି ଔଷଧ ନ ଥିଲା ଏବଂ ଯାହାକିଛି ମିଳୁଥିଲା ତାହା ଥିଲା ବିଷଯୁକ୍ତ।

ଭାର୍ଗବ କହନ୍ତି ଯେ ପ୍ରକାଶ ପାଉଥିବା ହାଇପର୍‌ସେନ୍‌ସିଟିଭ୍‌ ଉପରେ ପର୍ଯ୍ୟବେଶିତ ଗାନ୍ଧୀଙ୍କ ଇତିହାସ ଗବେଷଣା ପତ୍ରଟି ଲୋକମାନଙ୍କୁ ଜଣାଇ ଦେବ କି, ହାଇପର୍‌ଟେନ୍‌ସନ୍‌ ଏକ ପୁରାତନ ବେମାରୀ ଏବଂ ତାହା ଏବେ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରାଯାଇ ପାରୁଛି। ହାଇପର୍‌ଟେନ୍‌ସନ୍‌ ସମ୍ବନ୍ଧରେ ଲୋକଙ୍କ ଧ୍ୟାନ ଆକର୍ଷଣ କରି ଡାକ୍ତର ଭାର୍ଗବ କହନ୍ତି ଯେ ଏହି ରୋଗ ଦମନ କରିବାକୁ ଅଳ୍ପ ଲବଣ ମିଶ୍ରିତ ଖାଦ୍ୟ ଗ୍ରହଣ ସମ୍ବନ୍ଧରେ ଲୋକଙ୍କୁ ସହାୟତା କରିବାକୁ ଚେଷ୍ଟା କରିବୁ।

ଜର୍ଣ୍ଣାଲ୍‌ର ଆସନ୍ତା ସଂଖ୍ୟ ସଂକ୍ରାନ୍ତରେ ବ୍ୟାଖ୍ୟା ଦେଇ ଭାର୍ଗବ କହିଲେ ଯେ ମଲେରିଆ, ଫାଇଲେରିଆ, ହଇଜା ଏବଂ କୁଷ୍ଠ ରୋଗ ସମ୍ବନ୍ଧରେ ଗାନ୍ଧୀଙ୍କର ସମ୍ପୃକ୍ତି କଥା ଉପରେ ମଧ୍ୟ ଏଥିରେ ଆଲୋକପାତ କରାଯାଇଛି।