ବାଦଶାହଙ୍କ ଗୀତରେ ଝୁମିଲେ ଭାରତୀୟ କ୍ରିକେଟର, ଭାଇରାଲ ହେଉଛି ପାଣ୍ଡ୍ୟା ଓ ଧୋନିଙ୍କ ଭିଡିଓ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ରାପ ଏବଂ ଗୀତ ଶୁଣିଲେ ଆପେ ଆପେ ଲୋକେ ନାଚିବା ଆରମ୍ଭ କରନ୍ତି। ଗତ କିଛି ବର୍ଷ ମଧ୍ୟରେ ସେ ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ବେଳେ ତାଙ୍କର ପ୍ରତ୍ୟେକଟି ଗୀତ ବ୍ଲକବଷ୍ଟର ହେଉଥିବା ଦେଖିବାକୁ ମିଳୁଛି। ନିଜ ଗୀତରେ ବାଦଶାହ କଳାକାରଙ୍କୁ ନଚାଇଥିବା ବେଳେ ଏବେ କ୍ରିକେଟରମାନେ ମଧ୍ୟ ତାଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳିିଛି। ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ କ୍ରିକେଟରମାନେ ବାଦଶାହଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଛନ୍ତି।

ଏହି ଭିଡିଓକୁ ଇନଷ୍ଟାଣ୍ଟ ବଲିଉଡ ନାମକ ଏକ ଇନଷ୍ଟା ପେଜରେ ସେୟାର କରାଯାଇଛି। ଭିଡିଓରେ ବାଦଶାହା କାଲା ଚଷମା ଗୀତରେ ଥିବା ତାଙ୍କ ରାପ୍ ଗାଉଥିବାର ନଜର ଆସୁଛନ୍ତି। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହେନ୍ଦ୍ର ସିଂ ଧୋନି ତାଙ୍କ ରାପରେ ନାଚୁଥିବା ଦେଖାଯାଇଛି। ଦୀର୍ଘ ସମୟ ପରେ ଧୋନିଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଥିବା ବେଳେ କିଛି ଲୋକ କ୍ରିକେଟରଙ୍କୁ ଟ୍ରୋଲ କରୁଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆମେ ଜିତିଲେ ଯାଇ ଖୁସି ପାଳନ କରିବୁ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏମାନେ କେବଳ ନାଚି ଜାଣିଛନ୍ତି।

ସମ୍ବନ୍ଧିତ ଖବର