ଚେନ୍ନାଇ: ମଙ୍ଗଳବାର ରାତି ୪ଟା ସମୟରେ ହାଇଦ୍ରାବାଦରେ ଅଭିନେତା ମହେଶ ବାବୁଙ୍କ ମାତା ଘଟ୍ଟାମନେନୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଯାଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପାଇବାକ୍ଷଣି ମହେଶ ବାବୁ ଓ ତାଙ୍କ ବାପାଙ୍କ ପାଖରେ ଠିଆ ହେବାକୁ ପରିବାର ଓ ବନ୍ଧୁ ପରିଜନ ଯାଇ ପହଞ୍ଚିଥିଲେ।
ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଇନ୍ଦିରା ଦେବୀଙ୍କ ଶବ ପଦ୍ମାଳୟା ଷ୍ଟୁଡିଓରେ ରଖାଯିବ ଏବଂ ଆଜି ମହାପ୍ରସ୍ତାନରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ।
ପ୍ରତି ଥର ଜନ୍ମ ଦିନରେ ମହେଶ ବାବୁ ସାମାଜିକ ଗଣମାଧ୍ୟମରେ ମାଆ ଇନ୍ଦିରା ଦେବୀଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ହାତଛଡ଼ା କରୁ ନ ଥିଲେ। ପ୍ରତି ଜନ୍ମଦିନରେ ସେ ମାଆଙ୍କ ସହ ଉଠାଇ ଥିବା ଫଟୋ ମଧ୍ୟ ସେୟାର୍ କରନ୍ତି।
/sambad/media/post_attachments/wp-content/uploads/2022/09/Indira.jpg)
ସଂଗୃହୀତ ସୂଚନା ଅନୁସାରେ, ଅଳ୍ପ କିଛି ସପ୍ତାହ ହେବ ଅସୁସ୍ଥ ଥିବା ଇନ୍ଦିରା ଦେବୀ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରିବାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି: ସୁପର୍ଷ୍ଟାର୍ କ୍ରିଷ୍ଣାଙ୍କ ପତ୍ନୀ ତଥା ସୁପର୍ଷ୍ଟାର୍ ମହେଶ ବାବୁଙ୍କ ମାଆ ଶ୍ରୀ ଘଟ୍ଟାମନେନୀ ଇନ୍ଦିରା ଦେବୀଙ୍କର ଆଜି ପ୍ରତ୍ୟୁଷରେ ମୃତ୍ୟୁ ହୋଇଯାଇଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଆଜି ପୂର୍ବାହ୍ନ ୯ଟାରେ ତାଙ୍କ ଶବ ପଦ୍ମାଳୟ ଷ୍ଟୁଡିଓରେ ରଖାଯିବ ଏବଂ ପରେ ମହାପ୍ରସ୍ତାନରେ ତାଙ୍କ ଶେଷକୃତ୍ୟ କରାଯିବ।
ସୂଚନାଯୋଗ୍ୟ, ପୃଥକ୍ ହୋଇ କ୍ରିଷ୍ଣା ବିଜୟା ନିର୍ମଳାଙ୍କୁ ବିବାହ କରିବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଇନ୍ଦିରା ଦେବୀ ଏକାକିନୀ ଥିଲେ। ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ମହେଶ ବାବୁଙ୍କର ବଡ଼ଭାଇ ରମେଶ ବାବୁଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା।