ମୁମ୍ବାଇ: ଗତ ଗୁରୁବାର ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣି ଏକ ଭିଡିଓ ସେୟାର କରିଥିଲେ ଅଭିନେତ୍ରୀ ଲୁଭିଏନା ଲୋଧ | ଏହା ବିରୋଧରେ ୧କୋଟି ଟଙ୍କା କ୍ଷତିପୂରଣ ଦାବି କରି ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ମହେଶ ଭଟ୍ଟ। ଏଥି ସହ ତାଙ୍କ ବିରୋଧରେ କୌଣସି ଘୃଣ୍ୟ, ମିଥ୍ୟା, ନିନ୍ଦନୀୟ ଏବଂ ଅପମାନଜନକ ଅଭିଯୋଗ ନ କରିବାକୁ ଆଦେଶ ଦେବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ମହେଶ ଭଟ୍ଟ ।
ନଭେମ୍ବର ୧୬ରେ ଏହି ମାମଲାର ଶୁଣାଣି ହେବ। ଲୁଭିଏନା ଲୋଧଙ୍କ ଦ୍ୱାରା କରାଯାଇଥିବା ନିର୍ଯ୍ୟାତନା ଅଭିଯୋଗକୁ ଅସ୍ୱୀକାର କରି ମହେଶ ଭଟ୍ଟଙ୍କ ଆଇନ ଟିମ୍ ଶୁକ୍ରବାର ଦିନ ଏକ ବିବୃତି ପ୍ରକାଶ କରିଥିଲେ। ଯେଉଁଥିରେ ଲୁଭିଏନାଙ୍କ ବିରୋଧରେ ଫିଲ୍ମ ନିର୍ମାତା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦର୍ଶାଯାଇଥିଲା। ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମକଦ୍ଦମା ଦାୟର କରିଛନ୍ତି ମହେଶ ଭଟ୍ଟ ।
ସୂଚନା ମୁତାବକ, ଗୁରୁବାର ଦିନ ଲୁଭିଏନା ଲୋଧ ଏକ ଇନଷ୍ଟାଗ୍ରାମ ଭିଡିଓରେ ମହେଶ ଭଟ୍ଟଙ୍କ ଉପରେ ଅସଦାଚରଣ କରିଥିବା ନେଇ ଆରୋପ ଲଗାଇଥିଲେ | ଗୁରୁବାର ଲୁଭିଏନା ଲୋଧ ଇନଷ୍ଟାଗ୍ରାମରେ ପ୍ରାୟ ୧ମିନିଟ ଏବଂ ୪୮ ସେକେଣ୍ଡର ଏକ ଭିଡିଓ ସେୟାର କରିଥିଲେ, ଯେଉଁଠାରେ ସେ ମହେଶ ଭଟ୍ଟ ଏବଂ ତାଙ୍କ ପରିବାର ବିରୋଧରେ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ। ଭିଡିଓ ଆରମ୍ଭରୁ ସେ ମହେଶ ଭଟ୍ଟଙ୍କ ପୁତୁରା ସୁମିତ ସାବରୱାଲଙ୍କ ପତ୍ନୀ ଭାବରେ ନିଜର ପରିଚୟ ଦେଇଥିଲେ | ଏହା ସହ ସେ ନିଜ ପରିବାରର ସୁରକ୍ଷା ପାଇଁ ଏହି ଭିଡିଓ ସେୟାର କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ।
ଏହାର ଜବାବରେ ଶୁକ୍ରବାର ମହେଶ ଭଟ୍ଟଙ୍କ ଆଇନ ସହାୟତା ଟିମ୍ ଏକ ବିବୃତି ଜାରି କରି କହିଥିଲେ ଯେ, ଲୁଭିଏନା ଲୋଧ ଲଗାଇଥିବା ସମସ୍ତ ଆରୋପକୁ ଆମେ ମହେଶ ଭଟ୍ଟଙ୍କ ତରଫରୁ ଖଣ୍ଡନ କରୁଛୁ। ଏହିପରି ଅଭିଯୋଗ କେବଳ ମିଥ୍ୟା ବା ଅପମାନଜନକ ନୁହେଁ ବରଂ ଏ ନେଇ ଆଇନର ଗୁରୁତର ଉଲ୍ଲଂଘନ । ମହେଶ ଭଟ୍ଟ ଆମ ପରାମର୍ଶ ଅନୁଯାୟୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |
View this post on Instagram
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-200.jpg)