ନୂଆଦିଲ୍ଲୀ: ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଏହି କଥା ଖାଲି ରାଜ୍ୟରେ ନୁହେଁ; ଚାରିଆଡ଼େ ବ୍ୟାପିଗଲାଣି। ରାଜଧାନୀ ଦିଲ୍ଲୀରେ ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଖୁବ୍ ବର୍ଷିଛନ୍ତି ଏବଂ ରାଜ୍ୟ ସରକାରକୁ ଘଟଣା ନେଇ ଦୋଷାରୋପ କରିଛନ୍ତି।
ଏପଟେ ଆଉ କିଛି ସମୟ ମଧ୍ୟରେ ଭୁବନେଶ୍ବରର ଏମ୍ସ ହସ୍ପିଟାଲ୍ରେ ଆସି ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆସୁଛନ୍ତି ଯେତେବେଳେ ଏମ୍ସରେ ଚିକିତ୍ସାଧୀନ ପୀଡ଼ିତାଙ୍କ ନ୍ୟାୟ ପ୍ରଦାନ ଦିଗରେ ମନୋନିବେଶ କରନ୍ତୁ ବୋଲି ଅଳକା କହିଛନ୍ତି।
ସେ କହିଛନ୍ତି, ‘‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଆଜି ଓଡିଶା ଗସ୍ତରେ ଅଛନ୍ତି। ଆଜି ସେ ସେହି ଏମ୍ସରେ ରହିବେ; ଯେଉଁଠାରେ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ଏପରି ପରିସ୍ଥିତିରେ, ମୁଁ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ସେହି ଝିଅକୁ ଭେଟିବେ କି ନାହିଁ?
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗରେ ଆମର ସାଂସଦମାନଙ୍କର ଏକ ପ୍ରତିନିଧିମଣ୍ଡଳ ପଠାଇଥିଲେ। ଆମର ସାଂସଦମାନେ ପୀଡିତାଙ୍କ ପରିବାରକୁ ଭେଟି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହା ଖୁବ୍ ଶୀଘ୍ର ପ୍ରକାଶ ପାଇବ।
ପୀଡିତାଙ୍କୁ ନ୍ୟାୟ ପାଇବା ପାଇଁ ଆମେ ସମସ୍ତ ପ୍ରକାରେ ଚେଷ୍ଟା କରୁଛୁ। କିନ୍ତୁ ଗତକାଲି ଯେତେବେଳେ କଂଗ୍ରେସ କର୍ମୀମାନେ ପୀଡିତାଙ୍କୁ ଭେଟିବାକୁ ଯାଇଥିଲେ, ବିଜେପି ସରକାର ଏବଂ ଏବିଭିପି ଆମକୁ ଘେରି ଯାଇଥିଲେ ଏବଂ ତାଙ୍କୁ ଭେଟିବାକୁ ଦେଇ ନଥିଲେ।
ରାଷ୍ଟ୍ରପତିଙ୍କୁ ଆମର ଅନୁରୋଧ ଯେ ଆପଣ ଆଜି ଏମ୍ସରେ ଆପଣ ଝିଅଟିକୁ ଭେଟିବା ସହ ନ୍ୟାୟ ପ୍ରଦାନ କରନ୍ତୁ।’’
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ । ଦେଶର ରାଜଧାନୀରେ ଉଠିଲା ବାଲେଶ୍ବରର ଘଟଣା । ଅଲକା କହିଛନ୍ତି- ଏହି ଛାତ୍ରୀ ବିଜେପି-ଆରଏସଏସର ଛାତ୍ର ସଂଗଠନ ଏବିଭିପିର ଜଣେ ପଦାଧିକାରୀ। ଛାତ୍ରୀ ଜଣକ ବିଜେପି ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ନିକଟରେ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କୁ କୁହାଯାଇଥିଲା ଯେ ଯଦି ସେ ଅଭିଯୋଗ ପ୍ରମାଣିତ କରି ନପାରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାନସିକ ନିର୍ଯାତନାରେ ଥିବା ଛାତ୍ରୀ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କୁ ନ୍ୟାୟ ମିଳିବ ନାହିଁ, ସେ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୧୧ଦିନ ଧରି ପୀଡ଼ିତା ନ୍ୟାୟ ମାଗିଲେ କିନ୍ତୁ ଅଭିଯୋଗ ପରେ ବି ତଦନ୍ତ କଲେନି । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢ଼ିଲା । ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/14/f3c19c72-af65-490a-a0ee-32c060fb2703-2025-07-14-16-09-22.jpg)