ନୂଆଦିଲ୍ଲୀ: ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ । ଦେଶର ରାଜଧାନୀରେ ଉଠିଲା ବାଲେଶ୍ବରର ଘଟଣା । ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଖୁବ୍ ବର୍ଷିଛନ୍ତି ଏବଂ ରାଜ୍ୟ ସରକାରକୁ ଘଟଣା ନେଇ ଦୋଷାରୋପ କରିଛନ୍ତି ।
LIVE: Congress party briefing by Ms @LambaAlka and Ms @sofiafirdous1 at new AICC HQ, New Delhi.https://t.co/n1IBNmWBoN
— Odisha Congress (@INCOdisha) July 14, 2025
ଅଲକା କହିଛନ୍ତି- ଏହି ଛାତ୍ରୀ ବିଜେପି-ଆରଏସଏସର ଛାତ୍ର ସଂଗଠନ ଏବିଭିପିର ଜଣେ ପଦାଧିକାରୀ। ଛାତ୍ରୀ ଜଣକ ବିଜେପି ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ନିକଟରେ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କୁ କୁହାଯାଇଥିଲା ଯେ ଯଦି ସେ ଅଭିଯୋଗ ପ୍ରମାଣିତ କରି ନପାରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାନସିକ ନିର୍ଯାତନାରେ ଥିବା ଛାତ୍ରୀ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କୁ ନ୍ୟାୟ ମିଳିବ ନାହିଁ, ସେ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୧୧ଦିନ ଧରି ପୀଡ଼ିତା ନ୍ୟାୟ ମାଗିଲେ କିନ୍ତୁ ଅଭିଯୋଗ ପରେ ବି ତଦନ୍ତ କଲେନି । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢ଼ିଲା । ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି । ଯେଉଁଠାରେ ବିଜେପିର 'ଡବଲ ଇଞ୍ଜିନ୍ ସରକାର' ଅଛି ସେଠାରେ ଏସବୁ ଘଟୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
बिहार, उत्तर प्रदेश, ओडिशा, उत्तराखंड और राजस्थान में अपराध चरम पर है। यहां BJP की सरकार है और वह पूरी तरह से अपराधियों को बचा रही है।
— Odisha Congress (@INCOdisha) July 14, 2025
ये बेहद चिंता का विषय है।
ओडिशा में BJP के एक साल के शासनकाल में महिलाओं के खिलाफ अपराध के आंकड़े देखें तो 👇
⦁ महिलाओं के खिलाफ अपराध के… pic.twitter.com/VAKfMcpzR5
ଗୋପାଳପୁର ଗଣଦୁଷ୍କର୍ମ କଥା ବି ଉଠାଇ ରାଜ୍ୟ ସରକାଙ୍କୁ ନିଶାନା କରି ବର୍ଷକର ଶାସନରେ କେତେ ମହିଳା ବିରୋଧୀ ଅପରାଧ ହୋଇଛି ତାର କଳା ଚିଠା ଦେଲେ ଅଲକା । ସେ କହିଛନ୍ତି- ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅପରାଧ ଶୀର୍ଷରେ ରହିଛି । ଏଠାରେ ବିଜେପି ସରକାର ରହିଛି ଯାହା ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଉଛି। ଏହା ଏକ ବଡ଼ ଚିନ୍ତାର ବିଷୟ। ଯଦି ଆମେ ଓଡ଼ିଶାରେ ବିଜେପି ଶାସନର ଗୋଟିଏ ବର୍ଷରେ ମହିଳାମାନଙ୍କ ବିରୋଧରେ ଅପରାଧର ତାଲିକା ଦେଖିବା ତେବେ
-ମହିଳାମାନଙ୍କ ବିରୋଧରେ ଅପରାଧର ୨,୧୪, ୧୧୩ ମାମଲା ରିପୋର୍ଟ ହୋଇଛି
-ରାଜ୍ୟରେ ୩୦୫୪ ଦୁଷ୍କର୍ମ ଏବଂ ୧୨୦୭ ହତ୍ୟା ମାମଲା ପଞ୍ଜିକୃତ ହୋଇଛି
-ଗୋଟିଏ ବର୍ଷରେ ଓଡ଼ିଶାରେ ୯ଟି ଏସିଡ୍ ଆକ୍ରମଣ ଘଟଣା ରିପୋର୍ଟ ହୋଇଛି । ଏହି ଘଟଣା ସବୁକୁ ଦେଖିଲେ ପ୍ରଶ୍ନ ଉଠୁଛି ଓଡ଼ିଶାର କେତେ ସୁରକ୍ଷିତ ମହିଳା ? ବିଜେପି ସରକାରରେ ମହିଳା ଏବଂ ଝିଅଙ୍କୁ କେତେ ନ୍ୟାୟ ମିଳିଛି ? ବିଜେପି ସରକାର କେତେ ଜଣଙ୍କୁ ଦଣ୍ଡ ଦେଇଛନ୍ତି ?
हमारी मांग है 👇
— Odisha Congress (@INCOdisha) July 14, 2025
⦁मुख्यमंत्री जिम्मेदारी लेते हुए अपने पद से इस्तीफा दें
⦁इस मामले में judicial inquiry हो, ताकि अपराधियों को सजा मिले
⦁PM मोदी चुप्पी तोड़ें और ओडिशा की जनता को जवाब दें
यह एक गंभीर मुद्दा है।
आज ओडिशा में हर जगह महिलाओं के खिलाफ अपराध हो रहा है।स्कूल में… pic.twitter.com/8MNGF3TFCi
ସେପଟେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦିଲ୍ଲୀରୁ ଦାବି କରିଛନ୍ତି । ବାଲେଶ୍ବର ଘଟଣାକୁ ନେଇ କିଛି ଭିଡିଓ ଏବଂ ଛାତ୍ରୀଙ୍କ ପ୍ରତିକ୍ରିୟା ଦେଖାଇ ଘଟଣାକୁ ବିସ୍ତାର ରୂପେ ବଖାଣିଛନ୍ତି ସୋଫିଆ । ମୁଖ୍ଯମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ସୋଫିଆ କହିଛନ୍ତି- ଆଜି ପୁଣି ଓଡିଶା ଚର୍ଚ୍ଚାରେ ରହିଛି, ଖବରର ଶୀର୍ଷରେ ରହିଛି । ବିକାଶ ପାଇଁ ନୁହେଁ ବରଂ ମହିଳା ବିରୋଧୀ ଅପରାଧ ପାଇଁ.. ବାଲେଶ୍ୱରର ଫକୀର ମୋହନ କଲେଜର ଜଣେ ଛାତ୍ରୀ ଯୌନ ଅନୁଗ୍ରହ ପାଇଁ ପ୍ରାର୍ଥନା କରୁଥିବା ଜଣେ ଏଚଓଡିଙ୍କ ବିରୋଧରେ ସ୍ୱର ଉଠାଇଲେ। କିନ୍ତୁ ଯେତେବେଳେ ସେ ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିପାରିଲେ ନାହିଁ ସେ ନିଜକୁ ନିଆଁ ଲଗାଇ ଦେଲେ । ଝିଅଟି ଗୋଟେ ବ୍ୟବସ୍ଥାରେ ଯୁଝି ହୋଇ ନିଜ ଜୀବନକୁ ବାଜି ଲଗାଇଲା ଯାହା ଦ୍ୱାରା ଓଡ଼ିଶାର ବିଫଳ ବ୍ୟବସ୍ଥାର ପର୍ଦ୍ଦାଫାସ ହେଲା । ଏହି ଘଟଣା ଆମ ପାଇଁ ଏକ ସତର୍କ ଘଣ୍ଟି, ଯାହା ଦ୍ୱାରା ଆମେ ମହିଳା ବିରୋଧୀ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇପାରିବୁ।
हमारी मांग है 👇
— Odisha Congress (@INCOdisha) July 14, 2025
⦁मुख्यमंत्री जिम्मेदारी लेते हुए अपने पद से इस्तीफा दें
⦁इस मामले में judicial inquiry हो, ताकि अपराधियों को सजा मिले
⦁PM मोदी चुप्पी तोड़ें और ओडिशा की जनता को जवाब दें
यह एक गंभीर मुद्दा है।
आज ओडिशा में हर जगह महिलाओं के खिलाफ अपराध हो रहा है।स्कूल में… pic.twitter.com/8MNGF3TFCi
ସୋଫିଆ ଆହୁରି ମଧ୍ଯ କହିଛନ୍ତି- ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ । ଏହି ମାମଲାରେ ଏକ ନ୍ୟାୟିକ ତଦନ୍ତ ହେବା ଉଚିତ ଯାହା ଦ୍ୱାରା ଦୋଷୀମାନଙ୍କୁ ଦଣ୍ଡ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କଲେ ସୋଫିଆ । ଯେହେତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ ତେଣୁ ମୋଦୀ ନିଜ ନୀରବତା ଭାଙ୍ଗି ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ । ଆଜି ଓଡ଼ିଶାରେ ସବୁଠି ମହିଳା ବିରୋଧୀ ଅପରାଧ ଘଟୁଛି। ସ୍କୁଲରେ ଝିଅମାନେ ଗର୍ଭବତୀ ହେଉଛନ୍ତି। ଜଣେ କଲେଜ ଛାତ୍ରୀ କ୍ୟାମ୍ପସରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ମହିଳା ଏବଂ ଝିଅମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି। ବିଜେପି ସରକାରକୁ ଉତ୍ତର ଦେବାକୁ ପଡିବ ଏହା ଆମର ଦାବି ।