କଲମ୍ବୋ: ଶ୍ରୀଲଙ୍କାରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ଜୀବନ ବଞ୍ଚାଇବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ପରିବାର ସଦସ୍ୟ ଭାରତ ପଳାଇଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଛି। କିନ୍ତୁ ଶ୍ରୀଲଙ୍କା ସ୍ଥିତ ଭାରତୀୟ ହାଇ କମିସନ୍ ଏଭଳି ଏକ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ମହିନ୍ଦା ରାଜପକ୍ଷେ ନୁହନ୍ତି ନିକଟରେ ଅନ୍ୟ କିଛି ରାଜନେତା ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଭାରତ ଚାଲିଯାଇ ଆଶ୍ରୟ ନେଉଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଉଲ୍ଲେଖଯୋଗ୍ୟ, ମହିନ୍ଦା ରାଜପକ୍ଷେ ଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବାସଭବନ ଉପରେ ଆକ୍ରମଣ ହେବାପରେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ନୌସେନା ଘାଟିରେ ରଖାଯାଇଛି। ଇତି ମଧ୍ୟରେ ଶ୍ରୀଲଙ୍କାର ଶୀର୍ଷ ବେସାମରିକ ବିମାନ ଚଳାଚଳ ଅଧିକାରୀ ମଧ୍ୟ ମହିନ୍ଦାଙ୍କ ଭାରତ ପଳାୟନ ରିପୋର୍ଟକୁ ଖଣ୍ଡନ କରିଛନ୍ତି।
ମହିନ୍ଦା ରାଜପକ୍ଷ ପରିବାର ସହ ଭାରତରେ ଆଶ୍ରୟ ନେଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ
/sambad/media/post_attachments/wp-content/uploads/2022/04/pm-rajapaksha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)