ଏହି ଦ୍ବୀପରେ ଲୁଚିଛନ୍ତି ମହିନ୍ଦା ରାଜପକ୍ଷେ !

କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବେ ସେଠାକାର ନୌସେନା ସୁରକ୍ଷାରେ ରହିଛି । ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ସେ ଭାରତକୁ ପଳାଇଛନ୍ତି ବୋଲି ମଙ୍ଗଳବାରଦିନ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ବି ଭାରତ ସରକାର ତାହାକୁ ଦୃଢତାର ସହ ଖଣ୍ଡନ କରିଛନ୍ତି ।

ତେବେ କେଉଁଠାରେ ରାଜପକ୍ଷେଙ୍କୁ ଲୁଚାଇ ରଖାଯାଇଛି ? ଶ୍ରୀଲଙ୍କାର ଏକ ନ୍ୟୁଜ ପୋର୍ଟାଲ ‘ଦି କଲମ୍ବୋ ପୋଷ୍ଟ’ର ରିପୋର୍ଟ ଅନୁସାରେ ତାଙ୍କୁ ତ୍ରିଙ୍କୋମାଳି ବନ୍ଦର ନିକଟସ୍ଥ ଏକ କ୍ଷୁଦ୍ର ଦ୍ବୀପ ସୋବରରେ ଲୁଚାଇ ରଖାଯାଇଛି । ତାଙ୍କୁ ଶ୍ରୀଲଙ୍କାର ସୈନ୍ୟମାନେ ସୁରକ୍ଷା ଦେଉଛନ୍ତି । ସେଠାରୁ ଏକ ଚାଟାର୍ଡ ବିମାନ ମାଧ୍ୟମରେ ସେ ବିଦେଶକୁ ପଳାଇଯିବାକୁ ଯୋଜନା କରୁଛନ୍ତି ବୋଲି ଉକ୍ତ ନ୍ୟୁଜ ପୋର୍ଟାଲ କହିଛି । ନାଇଜେରିଆର ଏକ ବିମାନ କାଟୁନାୟକେ ବିମାନବନ୍ଦରରେ ଅଟକି ରହିଛି, ସେଠାରୁ ସେ ବିଦେଶକୁ ପଳାଇଯିବାର ଆଶଙ୍କା କରାଯାଉଛି ।

ରାଜପକ୍ଷେ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ରାଷ୍ଟ୍ରପତିତ୍ବ ସମୟରେ ହିଁ ଶ୍ରୀଲଙ୍କା ଚୀନ ଆଡକୁ ଅଧିକ ଢଳିଥିଲା । ଚୀନଠାରି ଶସ୍ତା ଋଣ ଆଣି ଶ୍ରୀଲଙ୍କା ଧୀରେ ଧୀରେ ଋଣଗ୍ରସ୍ତ ହୋଇଯାଇଥିଲା । ଶ୍ରୀଲଙ୍କା ଉପରେ ଏବେ ପ୍ରାୟ ୧୫୫ ବିଲିୟନ ଡଲାରର ବିଦେଶୀ ଋଣ ରହିଛି । ପରେ ଏହି କ୍ଷୁଦ୍ର ଦେଶ ବାଧ୍ୟ ହୋଇ ନିଦର ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ପାଇଁ ଲିଜରେ ପ୍ରଦାନ କରିଥିଲା ।

 

 

ସମ୍ବନ୍ଧିତ ଖବର