ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ୫ମ ମ୍ୟାଚର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳା ଯାଉଛି। ଏହି ମ୍ୟାଚ ଜରିଆରେ ସରଫରାଜ ଖାନ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ସରଫରାଜଙ୍କ ବ୍ୟତୀତ ଏଥିରେ ଧ୍ରୁଭ ଜୁରେଲ ମଧ୍ୟ ଡେବ୍ୟୁ କରିଛନ୍ତି।
ଡେବ୍ୟୁ ମ୍ୟାଚରେ ସରଫରାଜ ଭଲ ପ୍ରଦର୍ଶନ କରି ୬୨ରନ କରି ପାରିଛନ୍ତି। ଏହାପରେ କ୍ରିକେଟ ଖେଳପ୍ରେମୀ ସରଫରାଜଙ୍କୁ ସୋସିଆଲ ମିଡିଆ ଜରିଆରେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି।
ଏହି କ୍ରମରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସରଫରାଜଙ୍କ ଫ୍ୟାନ୍ସ ହୋଇଯାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବାସ ବିଶ୍ବାସ ହରାଇବ ନାହିଁ। ନିଜ ସନ୍ତାନକୁ ପ୍ରେରଣା ଦେବା ପାଇଁ ଜଣେ ବାପା ପାଖରେ ଥିବା କଠିନ ପରିଶ୍ରମ, ସାହସ, ଧୈର୍ଯ୍ୟ ଠାରୁ ଭଲ ଗୁଣା ଆଉ କ’ଣ ହୋଇପାରେ।ଯଦି ସରଫରାଜଙ୍କ ବାପା ନୌଶାଦ ଖାନ ଥାର ନେବାକୁ ସ୍ବୀକାର କରନ୍ତି ତେବେ ତାହା ଏକ ପ୍ରେରଣାଦାୟକ ମାତା-ପିତା ଭାବେ ମୋ ପାଇଁ ସୌଭାଗ୍ୟ ଓ ସମ୍ମାନର ବିଷୟ ହେବ।
ସରଫରାଜଙ୍କୁ ଯେତେବେଳେ କ୍ରିକେଟ ଅନିଲ କୁମ୍ବଲେ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ କରତାଳିରେ ଗ୍ୟାଲେରୀ କମ୍ପି ଉଠିଥିଲା। କ୍ରିକେଟରଙ୍କ ସ୍ତ୍ରୀ ରୋମାନା ଓ ବାପା ନୌଶାଦ ପଡ଼ିଆରେ ଏଦୃଶ୍ୟ ଦେଖି ଭାବୁକ ହୋଇ ଯାଇଥିଲେ। ସ୍ତ୍ରୀ ଓ ବାପାଙ୍କୁ ଭାବୁକ ହେବା ଦେଖି ସରଫରାଜ ନିଜର କୋହ ସମ୍ଭାଳି ପାରି ନଥିଲେ। ସେ ବାପା ଓ ସ୍ତ୍ରୀଙ୍କ ଆଖିରୁ ଲୁହ ପୋଛି ଆଲିଙ୍ଗନ କରି କାନ୍ଦି ପକାଇଥିଲେ। ଏହି ସମୟରେ ପୁଅ ଧରିଥିବା ଡେବ୍ୟୁ କ୍ୟାପକୁ ବାପା ଚୁମ୍ପନ ଦେଇ ଖୁସି ହୋଇଯାଇଥିଲେ।
କାରଣ ପୁଅକୁ ଏହି ସ୍ଥାନରେ ଦେଖିବା ପାଇଁ ବାପା ନୌଶାଦ ଖବୁ ପରିଶ୍ରମ କରିଛନ୍ତି। ନୌଶାଦଙ୍କ ଅନେକ ଦିନରୁ ସ୍ବପ୍ନ ଥିଲା କି ତାଙ୍କ ପୁଅ ଭାରତ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳନ୍ତୁ। ଶେଷରେ ଅନେକ ପରିଶ୍ରମ ପରେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ସରଫରାଜ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ପାଇ ଭଲ ପ୍ରଦର୍ଶନ ବି କରିଛନ୍ତି।