କୋଲକାତା: ବଙ୍ଗଳା ବହୁଳ ଅଞ୍ଚଳ ଦକ୍ଷିଣ-ପୂର୍ବ ଦିଲ୍ଲୀର ଚିତ୍ତରଞ୍ଜନ ପାର୍କରେ ମାଛ ଏବଂ ମାଂସ ଦୋକାନ ବନ୍ଦ କରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର।
ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ "ବିଜେପିର ଗୁଣ୍ଡାମାନେ" ଅଞ୍ଚଳର ଏକ ମନ୍ଦିର ପାଖରେ ବ୍ୟବସାୟ କରୁଥିବାରୁ ମାଛ ବଜାର ବ୍ୟବସାୟୀମାନଙ୍କୁ "ଧମକ" ଦେଉଛନ୍ତି।
ହେଲେ ତାଙ୍କର ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ମୋଇତ୍ରଙ୍କ ବିରୋଧରେ ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିଗାଡ଼ିବା ପାଇଁ ଏକ ବିକୃତ ଭିଡିଓ ପୋଷ୍ଟ କରିବାର ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି।
ମୋଇତ୍ରାଙ୍କ ଦାବିର ଜବାବ ଦେଇ ଦିଲ୍ଲୀ ପୁଲିସ କହିଛି ଯେ ଏପରି କୌଣସି ଅଭିଯୋଗ ମିଳିନାହିଁ, କିନ୍ତୁ ମାମଲା ତଦନ୍ତାଧୀନ ଅଛି।
ମୋଇତ୍ର ତାଙ୍କ ଏକ୍ସ ଆକାଉଣ୍ଟ୍ରେ ପୋଷ୍ଟ୍ କରିଥିବା କ୍ଲିପ୍ରେ ଗେରୁଆ ରଂଗର ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ଜଣେ ବ୍ୟକ୍ତି କହୁଛନ୍ତି ଯେ ‘‘ଦିଲ୍ଲୀର ସବୁଠାରୁ ସୁନ୍ଦର ଅଞ୍ଚଳ ମଧ୍ୟରୁ ଗୋଟିଏ, ଚିତ୍ତରଞ୍ଜନ ପାର୍କର ମାର୍କେଟ ନମ୍ବର ୧। ଏଠାକାର ମନ୍ଦିର ପାଖରେ ଏକ ମାଛ ବଜାର ସ୍ଥାପନ କରିବା ଭୁଲ ଥିଲା। ଏହା ସିଆର ପାର୍କ ଭାବରେ ଜଣାଶୁଣା।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/09/jKDwP46VwMmYxQNV0qKS.jpg)