ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)‌ ନେତ୍ରୀ ମହୁଆ ମୌତ୍ରଙ୍କ ଅସୁବିଧା କମିବାର ନାଁ ଧରୁନାହିଁ। ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ବର୍ତ୍ତମାନ ଏକ ନୋଟିସ ଜାରି କରାଯାଇ ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଟିଏମସି ନେତ୍ରୀଙ୍କୁ ପ୍ରଥମରୁ ହିଁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ, ଜାନୁଆରୀ ୮ ତାରିଖରେରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତାଙ୍କୁ ଏକ ନୋଟିସ୍ ଜାରି କରି ୩ ଦିନ ମଧ୍ୟରେ ବଙ୍ଗଳା ଖାଲି ନକରିବାର କାରଣ ପଚାରିଥିଲେ।
ମଙ୍ଗଳବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ ମହୁଆଙ୍କୁ ଅନ୍ୟ ଏକ ବିଜ୍ଞପ୍ତି ଜାରି କରି ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଙ୍ଗଳା ତାଙ୍କୁ ସାଂସଦ ଭାବରେ ବଣ୍ଟନ କରାଯାଇଥିଲା।  କିନ୍ତୁ ସାଂସଦ ପଦ ଚାଲିଯିବା ପରେ ଏହାର ଆବଣ୍ଟନ ମଧ୍ୟ ବାତିଲ କରାଯାଇଥିଲା

ସୂତ୍ରରୁ ପ୍ରକାଶ, ତାଙ୍କୁ (ମୌତ୍ର) ମଙ୍ଗଳବାର ଦିନ ବଙ୍ଗଳା ଖାଲି କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନ ସରକାରୀ ବଙ୍ଗଳା ଯଥାଶୀଘ୍ର ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ଏକ ଟିମ୍ ପଠାଇବ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୮ ତ‌ାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହାପୂର୍ବରୁ ମୌତ୍ରଙ୍କ ଆବଣ୍ଟନ ବାତିଲ କରାଯାଇଥିଲା ଏବଂ ତାଙ୍କୁ ଜାନୁଆରି ୭ ତାରିଖ ସୁଦ୍ଧା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।
ଗତ ବର୍ଷ ଡିସେମ୍ବର ୨ ତାରିଖରେ ବ୍ୟବସାୟୀ ଦାର୍ଶନ ହିରାନନ୍ଦାନୀଙ୍କଠାରୁ ଦାମୀ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର 'ୟୁଜର୍ ଆଇଡି ଏବଂ ପାସୱାର୍ଡ' ସେୟାର କରିବା ଅଭିଯୋଗରେ ମହୁଆ ମୌତ୍ରଙ୍କୁ ‘ଅନୈତିକ ଆଚରଣ’ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।