କୋଲକାତା: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ପୁଣି ବଢ଼ିବାରେ ଲାଗିଛି। ମହୁଆ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ମହୁଆଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାର ଗୋଟିଏ ଦିନ ପରେ ଦିଲ୍ଲୀ ପୁଲିସ୍ ସୋସିଆଲ ମିଡିଆ କମ୍ପାନୀ ‘ଏକ୍ସ’କୁ ସାଂସଦଙ୍କ ମନ୍ତବ୍ୟ ବିଷୟରେ ପଚାରିଛି । ତେବେ ବର୍ତ୍ତମାନ ମହୁଆ ଏହାକୁ ଡିଲିଟ କରିଛନ୍ତି।
ଭାରତୀୟ ନ୍ୟାୟ ସଂହିତାର ଧାରା ୭୯ ଅନୁଯାୟୀ ମହୁଆଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଧାରା କୌଣସି ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା ମହିଳାଙ୍କ ସମ୍ମାନକୁ ଅପମାନ କରିବା ପାଇଁ ବ୍ୟବହୃତ କାର୍ଯ୍ୟ ସହିତ ଜଡ଼ିତ।
ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓ ଉପରେ ଟିଏମସି ନେତା ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓରେ ଦର୍ଶାଯାଇଛି ଯେ ରେଖା ଶର୍ମା ଜୁଲାଇ ୪ ରେ ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ସ୍ଥାନକୁ ଯାଇଥିଲେ। ପରେ ମହୁଆ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ। ଏଥିରେ ଜଣେ ଯୁବକ ମହିଳା ଆୟୋଗର ଅଧ୍ୟକ୍ଷାଙ୍କ ପଛେପଛେ ଏକ ଛତା ଧରି ଚାଲୁଥିବାର ଦେଖିବାକୁ ମିଳିଥିଲା।
ଡିଲିଟ ହୋଇଥିବା ପୋଷ୍ଟ ବିଷୟରେ ସୂଚନା ମାଗି ଦିଲ୍ଲୀ ପୁଲିସ୍ ‘ଏକ୍ସ’କୁ ଚିଠି ଲେଖିଛି। ‘ଏକ୍ସ’ର ଉତ୍ତରକୁ ଅପେକ୍ଷା କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍ ଏହି ପୋଷ୍ଟ ଆବଶ୍ୟକ କରୁଛି।
ବୋଲି ସୂତ୍ରରୁ ପ୍ରକାଶ। ତେବେ ଅନୁସନ୍ଧାନକାରୀଙ୍କ ପାଖରେ ଏହି ପୋଷ୍ଟର ସ୍କ୍ରିନସଟ ରହିଛି। ସୂତ୍ରରୁ ପ୍ରକାଶ ଯେ ଆବଶ୍ୟକ ସ୍ଥଳେ ପୋଲିସ
ଆଗାମୀ ଦିନରେ ପଚରାଉଚରା ପାଇଁ ମହୁଆଙ୍କୁ ଡାକିପାରେ।