ମାଗଣା ଯୋଜନାକୁ ନେଇ ସୀତାରମଣଙ୍କୁ ମହୁଆଙ୍କ ଜବାବ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମଇତ୍ର ମାଗଣା ଯୋଜନା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜବାବ ଦେଇଛନ୍ତି। ଶନିବାର ସୀତାରମଣ କହିଥିଲେ, ରାଜ୍ୟ ସରକାରମାନେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମାଗଣା ପ୍ରଦାନ ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂର୍ବରୁ ଆର୍ଥିକ ଶକ୍ତି ଯାଞ୍ଚ କରିବା ଆବଶ୍ୟକ। ଯାହାଦ୍ବାରା ସେମାନେ ନିର୍ବାଚନ ଜିତି ଆସିବା ପରେ ନିଜର ପ୍ରତିଜ୍ଞା ପାଳନ କରିବେ। ଏଥିପାଇଁ ବଜେଟରେ ବ୍ୟବସ୍ଥା ସମ୍ଭବ ହୋଇପାରିବ।

ଅର୍ଥମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ମହୁଆ ମଇତ୍ର କହିଛନ୍ତି, ମ୍ୟାଡାମ୍‌! ଏକଥା ଆପଣ ମୋଦୀଜୀଙ୍କ ମୁହଁରେ କେବେବି କହିପାରିବ ନାହିଁ। ଏଥିପାଇଁ ମୁଁ ୧୫ ଲକ୍ଷ ଟଙ୍କାର ବାଜି ଲଗାଇବି।

ସମ୍ବନ୍ଧିତ ଖବର