୮ ବର୍ଷର ଘରୋଇ ସହାୟିକା ଦେଲା ଧୋକା, ଡ଼କାଇଲା ଡକାୟତ ଦଳ

ନୋଏଡା: ବିଶ୍ୱାସରେ ଧୋକା ଦେଲା ୮ ବର୍ଷ ଧରି ଘରେ ଥିବା ଘରୋଇ ସହାୟିକା | ଲୁଟ କରିବାକୁ ଡକାୟତଙ୍କ ସହ ଯୋଗାଯୋଗ କଲା, ଆଉ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କଲା | ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିଟା-୨ ପୁଲିସ ଆଜି ଜଣେ ମରଚାଣ୍ଟ ନୌସେନା ଅଧିକାରୀଙ୍କ ଘରେ ହୋଇଥିବା ବଡ ଧରଣର ଡକାୟତି ବାବଦରେ ଖୁଲାସା କରିଛି | ଆଉ ଏହି ଡ଼କାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସେହି ଘରର ଘରୋଇ ସହାୟିକା ଥିଲା ବୋଲି ପୁଲିସ କହିଛି |

ପୁଲିସ କହିଛି ଯେ ସହାୟିକା ହିଁ ଡ଼କାୟତମାନଙ୍କୁ ଘରକୁ ଡାକିଥିଲେ ଓ ଘର ବାବଦରେ ସମସ୍ତ ସୂଚନା ଦେଇ କିଛି ନ ଜାଣିବାର ଅଭିନୟ କରିଥିଲେ | ବାସ୍ତବରେ, ସେପ୍ଟେମ୍ବର ୫ ତାରିଖରେ, ବିଟା ପୁଲିସ ଷ୍ଟେସନ ଅଂଚଳରେ ରହୁଥିବା ମରଚାଣ୍ଟ ନୌସେନା ଅଧିକାରୀ ସର୍ବଞ ଜୈନଙ୍କ ଘରେ ଡ଼କାୟତମାନେ ପଶି ପରିବାର ସଦସ୍ୟଙ୍କୁ ବନ୍ଧକ ରଖିଥିଲେ | ଡକାୟତମାନେ ପ୍ରାୟ ୨ଘଣ୍ଟା ଧରି ପରିବାରକୁ ବନ୍ଧକ ରଖି ଡକାୟତି କରିଥିଲେ। ଘରର ଜିନିଷ ଲୁଟିବା ପରେ ଏହି ଡକାୟତି ଘଟଣା ପରେ ପୁରା ସେକ୍ଟରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୁଲିସ ଡ଼କାୟତମାନଙ୍କୁ ଖୋଜିବା ଆରମ୍ଭ କରିଥିଲା।

ପ୍ରାୟ ୧୪ ଦିନ ପରେ ପୁଲିସ ଡକାୟତି ଘଟଣାର ତଦନ୍ତ ବେଳେ ଜାଣିପାରିଥିଲା ଯେ ଅଧିକାରୀଙ୍କ ଘରେ ୮ ବର୍ଷ ଧରି ସହାୟିକା ଭାବେ କାମ କରୁଥିବା ମହିଳା ହିଁ ଏହି ପୁରା ଘଟଣାର ଯୋଜନା କରିଥିଲା | ସେ ଘରର ଜିନିଷପତ୍ର ଏବଂ ଘର ବିଷୟରେ ସୂଚନା ଡ଼କାୟତମାନଙ୍କୁ ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ଡକାୟତି ଘଟଣାରେ ସହାୟିକା ସମେତ ମୋଟ ୬ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି |

ସମ୍ବନ୍ଧିତ ଖବର