ଚୀନରେ ପୁଣି ବଢୁଛି କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା

ବେଜିଙ୍ଗ୍: ଶନିବାର ଦିନ ମେନଲାଣ୍ଡ୍ ଚାଇନାରେ ୩୦ଟି ନୂଆ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି । ପୂର୍ବରୁ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ୧୯ ରହୁଥିଲା । ଏହି ସଂକ୍ରମିତଙ୍କ ଭିତରେ ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକ ଥିବା ବେଳେ ଆଞ୍ଚଳିକ ସଂକ୍ରମଣ ମଧ୍ୟ ବଢ଼ିଛି ।

ରବିବାର ଦିନ ଜାତୀୟ ସ୍ୱାସ୍ଥ୍ୟ କମିସନ୍ ଏକ ବିବୃତିରେ କହିଛି ଯେ ସଦ୍ୟତମ ସଂକ୍ରମଣ ସଂଖ୍ୟାରୁ ୨୫ଜଣ ହେଉଛନ୍ତି ବିଦେଶାଗତ ବ୍ୟକ୍ତିବିଶେଷ । ପୂର୍ବ ଦିନ ଏମାନଙ୍କ ସଂଖ୍ୟା ଥିଲା ୧୮ । ଶନିବାର ଦିନ ୫ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ଦକ୍ଷିଣ ଉପକୂର ପ୍ରଦେଶ ଗୁଆଡୋଙ୍ଗରେ ଏହି ସମସ୍ତ ସଂକ୍ରମଣ ହୋଇଛି ।

Image Source: The Hindus Business Line

ଏବେ ମେନଲାଣ୍ଡ୍ ଚାଇନାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୮୧, ୬୬୯ ରିପୋର୍ଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩୩୨୯କୁ ବୃଦ୍ଧି ପାଇଛି ।

ଏଠାରେ ସ୍ମରଣଯୋଗ୍ୟ କି, ଫେବ୍ରୁଆରି ମାସରେ ଚରମ ସୀମାରେ ପହଞ୍ଚି ଥିବା ଦୈନିକ ସଂକ୍ରମଣ ସଂଖ୍ୟା ନାଟକୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଏବେସୁଦ୍ଧା ବେଜିଙ୍ଗ୍ ନୂତନ ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରିବାରେ ସଫଳ ହୋଇ ପାରିନାହିଁ । ସଂକ୍ରମଣ ରୋକିବାକୁ ଚୀନ୍ ଅତି କଠୋର ପଦକ୍ଷେପମାନ ଗ୍ରହଣ କରି ମଧ୍ୟ ପୂର୍ଣ୍ଣଭାବେ ସଫଳ ହୋଇନାହିଁ ।

ସମ୍ବନ୍ଧିତ ଖବର