ମୋତେ ଡାକ୍ତରଖାନା ଯାଉଛି କହି ବିଜେପିରେ ସାମିଲ ହୋଇଥିଲେ ରଘୁରାଜ ସିଂ ଶାକ୍ୟ: ଶିବପାଲ ସିଂ ଯାଦବ

ଲକ୍ଷ୍ନୌ: ମୋତେ ହସ୍ପିଟାଲ ଯାଉଛି କହି ବିଜେପିକୁ ଚାଲିଗଲେ। ଆଜି ବିଜେପି ନେତା ରଘୁରାଜ ସିଂହ ଶାକ୍ୟଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଉତ୍ତରପ୍ରଦେଶର ଜସୱନ୍ତନଗର ବିଧାନସଭାର ବିଧାୟକ ଶିବପାଲ ସିଂ ଯାଦବ।

ଶିବପାଲ ସିଂ ଯାଦବ ମଧ୍ୟ ତାଙ୍କ ଶିଷ୍ୟ ତଥା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ରଘୁରାଜ ସିଂ ଶାକ୍ୟଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ରଘୁରାଜ ସିଂ ଶାକ୍ୟ ମୋ ବୋହୂ ଡିମ୍ପଲ ଯାଦବଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନର ପ୍ରଚାର ସମୟରେ ସେ ନିଜକୁ ‌ମୋର ଶିଷ୍ୟ ବୋଲି କହୁଛନ୍ତି। ଯଦି ସେ ପ୍ରକୃତରେ ମୋର ଶିଷ୍ୟ ହୋଇଥାନ୍ତେ, ତେବେ ସେ ଆମ ଦଳକୁ ଆଦୌ ଛାଡ଼ି ନଥାନ୍ତେ। ମୋର ଶିଷ୍ୟ ହୋଇ ସେ ମୋ ବୋହୂ ଡିମ୍ପଲ ଯାଦବଙ୍କ ବିରୋଧରେ ଲଢ଼ିବା ଉଚିତ୍ ନଥିଲା। ଯଦି ସେ ମୋର ଶିଷ୍ୟ ଥିଲେ, ତେବେ ସେ ଆମ ସହିତ ରହିଥାନ୍ତେ। ହେଲେ ସେ ଚୁପଚାପ୍ ବିଜେପିକୁ ଚାଲି ଯାଇଥିଲେ। ଯେତେବେଳେ ମୁଁ ରଘୁରାଜଙ୍କୁ ଫୋନ କରିଥିଲି, ସେତେବେଳେ ସେ ଟେଷ୍ଟ କରିବାକୁ ଡାକ୍ତରଖାନା ଯାଉଛି ବୋଲି କହିଥିଲେ। ମୁଁ ମୋର ଚିହ୍ନା ଡାକ୍ତରଙ୍କ ନମ୍ବର ଦେଇ ତାଙ୍କୁ ପଠାଇଥିଲି। ହେଲେ ପରଦିନ ଜଣାପଡ଼ିଲା ଯେ, ସେ ଡାକ୍ତରଖାନା ନଯାଇ ବିଜେପିରେ ଯୋଗ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ରଘୁରାଜ ଶିଷ୍ୟ ନୁହଁ କି ଚେଲା ବି ନୁହଁ। ଚେଲା ହୋଇଥିଲେ ବି ସେ ଏଭଳି ଆମ ହାତ ଛାଡ଼ିନଥାନ୍ତେ।

ସମ୍ବନ୍ଧିତ ଖବର