ଶ୍ରୀନଗର : ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜାଦ ଲୋନ୍ ଓ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଘନିଷ୍ଠ ସହଯୋଗୀ ତଥା ପିଡିପି ନେତା ୱାହିଦ ପାରା ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୬ ମାସ ପରେ ଅଟକ କେନ୍ଦ୍ରରୁ ମୁକୁଳିଛନ୍ତି। ଲୋନ୍ ଏବଂ ପାରା ମୁକୁଳିବାପରେ ଶ୍ରୀନଗର ଏମ୍ଏଲ୍ଏ ହଷ୍ଟେଲ୍ରେ ଏବେ ଆଉ ୧୩ ଜଣ ଅଟକ ରହିଛନ୍ତି। ଅନ୍ୟପକ୍ଷେ କାଶ୍ମୀରର ଅନ୍ୟ ୩ ଜଣ ପ୍ରମୁଖ ନେତା ତଥା ଏନ୍ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଓମାର ଅବଦୁଲ୍ଲା , ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଏବେ ବି ଅଟକ କେନ୍ଦ୍ରରେ ରହିଛନ୍ତି। ଉକ୍ତ ନେତାମାନଙ୍କୁ ମୁକ୍ତ କରିବାପାଇଁ ସରକାରଙ୍କ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଫାରୁକ୍ ଅବଦୁଲ୍ଲା ତାଙ୍ଗ ଗୁପ୍କର ହାଉସ୍ରେ ଥିବାବେଳେ ଏନ୍ସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ହରି ନିବାସରେ ଅଟକ ଅଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ଜମ୍ମୁ କାଶ୍ମୀର ପ୍ରଶାସନ ଦ୍ବାରା ଦୁଇ ନେତା ତଥା ପୂର୍ବତନ ପିଡିପି ବିଧାୟକ ଐଜଜ୍ ଅହମଦ ମୀର ଏବଂ ବାଣିଜ୍ୟ ନେତା ଶକିଲ ଅହମଦ କ୍ବାଲାନ୍ଦର ଅଟକ କେନ୍ଦ୍ରରୁ ମୁକ୍ତ ହୋଇଥିଲେ। ତେବେ ଗତ ରବିବାରଠାରୁ ୮ ଜଣ ନେତା ଅଟକ କେନ୍ଦ୍ରରୁ ମୁକୁଳିଛନ୍ତି। ପିଏସ୍ଏ (ଜନ ସୁରକ୍ଷା ଆଇନ) ଅଧୀନରେ ୩୮୯ ଜଣ ଜମ୍ମୁ କାଶ୍ମୀରରେ ଅଟକ ଅଛନ୍ତି ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ରାଜ୍ୟସଭାରେ କହିଛନ୍ତି।
୬ ମାସ ପରେ ମୁକୁଳିଲେ ସଜାଦ ଲୋନ୍, ୱାହିଦ ପାରା
/sambad/media/post_attachments/wp-content/uploads/2020/02/Lone-Parra-collage-696x392.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)