ସ୍ୱାଧୀନତା ଦିବସରେ ରାଇଫଲମ୍ୟାନ୍‌ ସହିଦ ଔରଙ୍ଗଜେବ ଓ ମେଜର ଆଦିତ୍ୟ କୁମାର ପାଇବେ ଶୌର୍ଯ୍ୟ ଚକ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସୈନିକଙ୍କୁ ପ୍ରଦାନ କରାଯାଉଥିବା ଶୌର୍ଯ୍ୟ ଚକ୍ରର ଘୋଷଣା ମଙ୍ଗଳବାର କରି ଦିଆଯାଇଛି। ଭାରତ ସରକାର ଗାଢ଼ଓ୍ଵାଲ ରାଇଫଲର ମେଜର ଆଦିତ୍ୟ କୁମାର ଓ ରାଇଫଲମ୍ୟାନ୍‌ ସହିଦ ଔରଙ୍ଗଜେବଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ସାହସ ଓ ବୀରତା ପାଇଁ ସେନା ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀର ପୁଲବାମାରେ ଜୁନ୍‌ ୧୫ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ କରି ତାଙ୍କର ତା’ପର ଦିନ ହତ୍ୟା କରିଥିଲେ। ଔରଙ୍ଗଜେବ୍‌ ସୋପିଆରେ ନିଜର କ୍ୟାମ୍ପରୁ ଘରକୁ ଯିବା ପାଇଁ ଟ୍ୟାକ୍ସିରେ ବାହାରି ଥିଲେ। ଯେତେବେଳେ ଟ୍ୟାକ୍ସି କଲମପୁରା ପହଞ୍ଚି ଥିଲା, ଆତଙ୍କବାଦୀମାନେ ହଠାତ୍‌ ଔରଙ୍ଗଜେବଙ୍କ ଉପରକୁ ଆକ୍ରମଣ କରି ଅପହରଣ କରି ନେଇଥିଲେ। ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଓ ତା’ପର ଦିନ ଔରଙ୍ଗଜେବ୍‌ଙ୍କ ମୃତଦେହ ମିଳିଥିଲା। ଏହି ଘଟଣାର ଏକ ଭିଡିଓକୁ ଆତଙ୍କବାଦୀମାନେ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର