ଗୁଜୁରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ‘ବଏଲର’ ଫାଟି ୪୦ଜଣ ଶ୍ରମିକ ଆହତ

ଗାନ୍ଧିନଗର: ବର୍ତ୍ତମାନ ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ସମସ୍ୟାର ସାମ୍ନା କରିବାକୁ ପଡୁଥିବା ଦେଖାଯାଉଛି | ପ୍ରଥମେ କରୋନା ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ପରେ ପରେ ବାତ୍ୟା, ବନ୍ୟା, ପଙ୍ଗପାଳ ଆତଙ୍କ ଓ ଭାଇଜାଗରେ ଗ୍ୟାସ ଲିକ ହେବା ଘଟଣା ଲୋକଙ୍କ ମନବଳକୁ ଭାଙ୍ଗି ଦେଇଥିଲା | ଏବେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ତାଣ୍ଡବ ରଚୁଥିବା ବେଳେ  ଗୁଜୁରାଟର ଏକ ରାସାୟନିକ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡିଛି | ଏହି ବିସ୍ଫୋରଣରେ କାରଖାନାରେ କାମ କରୁଥିବା ପ୍ରାୟ ୪୦ଜଣ ଶ୍ରମିକ ଆହତ ହୋଇଛନ୍ତି । ଗୁଜୁରାଟର ଦହେଜରେ ଏହି ଘଟଣା ଘଟିଥିବା ବେଳେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି | ନିଆଁକୁ ଆୟତ୍ତ କରିବା ପାଇଁ ଦଶଟି ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ରାସାୟନିକ ଅଗ୍ନି ବିଷାକ୍ତ ହୋଇଥିବାରୁ କାରଖାନା ନିକଟରେ ଥିବା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି।

ndtv

ବିସ୍ଫୋରଣର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ଖୋଲାସ୍ଥାନରେ ଥିବା କାରଖାନାରୁ କଳା ଧୂଆଁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଭରୁଚ ଜିଲ୍ଲାପାଳ ଏମଡି ମୋଡିଆ କହିଛନ୍ତି ଯେ, “ଅପରାହ୍ନରେ ଏକ ଏଗ୍ରୋ-କେମିକାଲ୍ କମ୍ପାନିର ବଏଲର(ବଏଲର ହେଉଛି ଏକ ବନ୍ଦ ପାତ୍ର ଯେଉଁଥିରେ ତରଳ ସାମଗ୍ରୀ ଗରମ ହୁଏ) ଫାଟି ଯିବା ପରେ ପ୍ରାୟ ୩୫-୪୦ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭରୁଚ ଡାକ୍ତରଖାନା ନିଆଯାଇଛି ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।” ଏହି ଅଗ୍ନିକାଣ୍ଡ ସମଗ୍ର କାରଖାନାକୁ ନଷ୍ଟ କରିଦେଇଛି ବୋଲି ଶ୍ରୀ ମୋଡିଆ କହିଛନ୍ତି | ରାସାୟନିକ କାରଖାନା ନିକଟରେ ଥିବା ଦୁଇଟି ଗାଁର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର