ନରେଲା ଅଞ୍ଚଳ ପ୍ଲାଷ୍ଟିକ୍ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ନିଆଁ ଲିଭାଉଛନ୍ତି ୨୨ ଦମକଳ
ନୂଆଦିଲ୍ଲୀ: ରବିବାର ପାହାନ୍ତି ପହର ପୂର୍ବରୁ ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଗୋଟିଏ ପ୍ଲାଷ୍ଟିକ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୟାନକ ଅଗ୍ନିଶିଖାଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳକୁ ଅନ୍ୟୂନ ୨୨ଟି ଦମକଳ ଯାଇଛନ୍ତି। କ’ଣ ପାଇଁ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଗତ ମାର୍ଚ ମାସରେ କେନ୍ଦ୍ରୀୟ ଦିଲ୍ଲୀର କେତେକ ସରକାରୀ କାର୍ଯ୍ୟାଳୟ ଥିବା ସିଜିଓ କମ୍ପ୍ଲେକ୍ସ୍ରେ ମଧ୍ୟ ନିଆଁ ଲାଗିଥିଲା। ସେଥିରେ ଜଣେ ସିଆର୍ପିଏଫ୍ କର୍ମଚାରୀ ମୃତ୍ୟୁ ବରଣ କରିଥିଲେ।