ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ପୂର୍ବ ଦିଲ୍ଲୀର ପତପରଗଞ୍ଜସ୍ଥିତ ଶିଳ୍ପାଞ୍ଚଳରେ ଥିବା ଗୋଟାଏ ଛାପାଖାନାରେ (ପ୍ରିଣ୍ଟିଙ୍ଗ୍ ପ୍ରେସ୍) ନିଆଁ ଲାଗିଯିବାରୁ ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଦିଲ୍ଲୀ ପୁଲିସ କହିଛି।
ନିଆଁ ଲିଭାଇବା ନିମନ୍ତେ ପ୍ରାୟ ୩୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁଇ ମହଲାବିଶିଷ୍ଟ ଏହି କୋଠାରେ ଜଳୁଥିବା ନିଆଁ ଲିଭାଇବାକୁ ନିରବଚ୍ଛିନ୍ନ ଉଦ୍ୟମ ଚାଲୁ ରହିଛି।
Image Source: India Todayରାତି ୨: ୩୮ ମିନିଟ୍ରେ ଅଗ୍ନିଶମ ବିଭାଗ ନିଆଁ ଲାଗିଥିବା ଖବର ପାଇଥିଲା ବୋଲି କହିଛି।
ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଶବକୁ ଡାକ୍ତରଖାନା ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/fire-delhi.jpg)