ମୁମ୍ବାଇ: ବାନ୍ଦ୍ରା ରେଳ ଷ୍ଟେସନ ନିକଟ ବସ୍ତିରେ ଗୁରୁବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ବମ୍ବେ ମୁନିସିପାଲ କର୍ପୋରେସନ ଦ୍ୱାରା ଜବରଦଖଲ ଉଚ୍ଛେଦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୯ଟି ଦମକଳ ଗାଡ଼ି ଓ ପାଣି ଟାଙ୍କି ସାହାଯ୍ୟରେ ବିଭାଗୀୟ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବେହେରାମପଡ଼ା ବସ୍ତିରେ ନିଆଁ ଲାଗିବା ସମ୍ପର୍କରେ ନିଆଁ ଲାଗିବା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଦମକଳ ବିଭାଗର କର୍ମଚାରୀ ମାନେ କାଳ ବିଳମ୍ବ ନକରି ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଟ୍ରାଫିକ ବ୍ୟସ୍ତତା ଯୋଗୁଁ ଦମକଳଗାଡ଼ି ଗୁଡ଼ିକ ଠିକ୍ ସମୟ ଭିତରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା।
ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ ରେଳବାଇ ତରଫରୁ କିଛି ଟ୍ରେନ ସେବା (ହାରବର ଲାଇନରେ ବାନ୍ଦ୍ରା-ଅନ୍ଧେରୀ) ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ନାଭି ମୁମ୍ବାଇ ଓ ଛତ୍ରପତି ଶିବାଜୀ ଟର୍ମିନାଲରୁ ପଶ୍ଚିମ ମୁମ୍ବାଇକୁ ଫେରୁଥିବା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।