ନୂଆଦିଲ୍ଲୀ: ଜଣେ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଜଣେ ମେଜର ଜେନେରାଲଙ୍କୁ ବହିଷ୍କାର କରିବାକୁ ଆର୍ମି ଜେନେରାଲ୍ କୋର୍ଟ ମାର୍ସାଲ୍ ସୁପାରିସ କରିଛନ୍ତି। ଚାକିରିରୁ ବହିଷ୍କୃତ ହେବାକୁ ଥିବା ଏହି ମେଜର ଜେନେରାଲ୍ ହେଉଛନ୍ତି ଏମ୍ଏସ୍ ଜସ୍ଓ୍ଵାଲ୍। ଦୁଇ ବର୍ଷ ତଳେ ସେ ନାଗାଲାଣ୍ଡରେ ଅବସ୍ଥାପିତ ହୋଇଥିବା ବେଳେ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୬ରେ ସେ ନାଗାଲାଣ୍ଡ୍ର ଆସାମ ରାଇଫଲ୍ରେ ଜଣେ ଇନ୍ସ୍ପେକ୍ଟର୍ ଜେନେରାଲ୍ ଭାବେ ଅବସ୍ଥାପିତ ହୋଇଥିଲେ।
ଜିସିଏମ୍ଙ୍କ ରାୟକୁ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଅନୁମୋଦନ କରିବା ପରେ ହିଁ ତାଙ୍କୁ ଦଣ୍ଡିତ କରାଯିବ।
ଚଣ୍ଡିଗଡ଼ର ଚଣ୍ଡିମନ୍ଦିର ଠାରେ େଓଷ୍ଟର୍ଣ୍ଣ ଆର୍ମି କମାଣ୍ଡ୍ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କୋର୍ଟ ମାର୍ସାଲ୍ରେ ମେଜର ଜେନେରାଲ ଜସଓ୍ଵାଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି କୋର୍ଟ ମାର୍ସାଲ୍ର ଅଧ୍ୟକ୍ଷତା କରିଥିଲେ ଜଣେ ଲେଫ୍ଟନାଣ୍ଟ୍ ଜେନେରାଲ୍ ଏବଂ ତାଙ୍କର ସଦସ୍ୟ ଥିଲେ ଛଅ ଜଣ ମେଜର।
କ୍ୟାପ୍ଟେନ୍ ର୍ୟାଙ୍କ୍ର ଉକ୍ତ ମହିଳା ଅଧିକାରୀଜଣଙ୍କ ଅଭିଯୋଗ କରିଥିଲେ କି, ମେଜର ଜେନେରାଲ ଜୈସ୍ଓ୍ଵାଲ୍ ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ। ୨୦୧୬ରେ କୋହିମା ଠାରେ ଅଫିସ୍ କାମରେ ମେଜର ଜୈସ୍ଓ୍ଵାଲ୍ ମହିଳା ଅଧିକାରୀଙ୍କୁ ତାଙ୍କ କୋଠରିକୁ ଡକାଉଥିଲେ।
ନିଜକୁ ନିରୀହ ଦାବି କରି ମେଜର ଜୈସ୍ଓ୍ଵାଲ୍ କହନ୍ତି ଯେ ସେନାର ଗୋଷ୍ଠୀବାଦରେ ସରବ୍ୟ ହୋଇଛନ୍ତି। ସେ ଜିସିଏମ୍ଙ୍କ ରାୟ ବିରୋଧରେ ଆବେଦନ କରିବେ ବୋଲି ଜଣାପଡ଼ିଛି।