ଫେସବୁକରେ ଏକ ଗ୍ରୁପ ଫଟୋରେ ପ୍ରଥମେ ଶୈଳଜାଙ୍କୁ ଦେଖିଥିଲେ ମେଜର ହାଣ୍ଡା: ସେଇଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ପାଗଳପଣ !

ନୂଆଦିଲ୍ଲୀ : ଶୈଳଜା ଦ୍ୱିବେଦୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଜର୍ ନିଖିଲ୍ ହାଣ୍ଡାଙ୍କୁ ଜେରା ପରେ ଏକାଧିକ ତଥ୍ୟ ସାମ୍ନାକୁ ଆସିଛି । ମେଜର ହାଣ୍ଡା ପ୍ରଥମେ ୨୦୧୫ରେ  ଶୈଳଜାଙ୍କୁ ଫେସବୁକରେ ପୋଷ୍ଟ ହୋଇଥିବା ଏକ ଗ୍ରୁପ ଫଟୋରେ ଦେଖିଥିଲେ। ସେ ଶୈଳଜାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଉଠିଥିଲେ। ଏହାପରେ ତାଙ୍କ ଖୋଜ ନେଇ ଜାଣିବାକୁ ପାଇଥିଲେ କି ସେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ। ଏହାପରେ ସେ ଅମିତ ଦ୍ୱିବେଦୀଙ୍କୁ ଫେସବୁକ ଜରିଆରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥିଲେ। ଅମିତ ଦ୍ୱିବେଦୀ ଏହାକୁ ଆକସେପ୍ଟ କରିବା ପରେ ତାଙ୍କ ସହ ବନ୍ଧୁତା ଜମାଇ ଥିଲେ। କ୍ରମେ ଅମିତ ଦ୍ୱିବେଦୀଙ୍କ ଘରକୁ ଯିବାଆସିବା କରିବା ସହ ଶୈଳଜାଙ୍କ ସହ ଫେସବୁକ୍ ଜରିଆରେ ବନ୍ଧୁତ୍ବ ଜମାଇ ଥିଲେ। ଏହାପରେ ତାଙ୍କୁ ପ୍ରେମଜାଲରେ ଫସାଇଥିଲେ।

ଜାଣିବାକୁ ମିଳିଛି କି ମେଜର୍ ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ବ୍ୟତୀତ ଏକାଧିକ ଝିଅଙ୍କ ସହ ହାଣ୍ଡାଙ୍କ ସମ୍ପର୍କ ଥିବା ଜଣାପଡ଼ିଛି । ଫେସବୁକ୍ ଜରିଆରେ ହାଣ୍ଡା ଯୁବତୀଙ୍କୁ ପ୍ରେମଜାଲରେ ଫସାଉଥିବା ପୁଲିସ୍ ଜାଣିବାକୁ ପାଇଛି । ଏପରିକି ଶୈଳଜାଙ୍କ ହତ୍ୟା ପରେ ପ୍ରଥମେ ନିଜର ଜଣେ ପ୍ରେମିକାଙ୍କୁ ହାଣ୍ଡା ଫୋନ୍ କରିଥିବା ଜଣାପଡ଼ିଛି । ଶୈଳଜା ଓ ହାଣ୍ଡାଙ୍କ ପରକୀୟା ସମ୍ପର୍କ ବିଷୟରେ ସ୍ୱାମୀ ଅମିତ ଦ୍ୱିବେଦୀ ଜାଣିବା ପରେ ଶୈଳଜା ହାଣ୍ଡାଙ୍କଠାରୁ ଦୂରେଇ ଯାଇଥିଲେ । ତେବେ ମେଜର୍ ହାଣ୍ଡା ଜାନୁଆରୀରୁ ଜୁନ୍ ମଧ୍ୟରେ ୩ ହଜାରରୁ ଅଧିକ ଥର ଶୈଳଜାଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି । ଏପରିକି ଶୈଳଜା ହାଣ୍ଡାଙ୍କୁ କୋର୍ଟ ମାର୍ଶାଲର ଧମକ ମଧ୍ୟ ଦେଇଥିଲେ । ଶେଷକୁ ଶୈଳଜାଙ୍କୁ ହତ୍ୟା କରିଥିଲେ ମେଜର ନିଖିଲ ହାଣ୍ଡା ।

MensXP.com

ସୂଚନାଯୋଗ୍ୟ, ମେଜର ଦ୍ୱିବେଦୀଙ୍କ ୩୦ ବର୍ଷୀୟ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ନାଗାଲାଣ୍ଡରେ ପୋଷ୍ଟିଂ ବେଳେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କ ପ୍ରେମ ହୋଇ ଯାଇଥିଲା । ଆଉ ମେଜର ହାଣ୍ଡା ଶୈଲଜାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ସମୟରେ ମେଜର ଅମିତ ଦ୍ୱିବେଦୀଙ୍କ ଦିଲ୍ଲୀକୁ ବଦଳି ହେବାରୁ ଶୈଲଜାଙ୍କୁ ମଧ୍ୟ ସ୍ୱାମୀଙ୍କ ସହ ଦିଲ୍ଲୀ ଆସିବାକୁ ପଡିଥିଲା । ଆଉ ସେ ମେଜର ହାଣ୍ଡାଙ୍କ ସହ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । କିନ୍ତୁ ଏଥିରେ କ୍ଷୁବ୍ଧ ହୋଇ ପଡିଥିଲେ ମେଜର ହାଣ୍ଡା । ଆଉ ସବୁଦିନ ପାଇଁ ଶେଷ କରିଦେବାକୁ ଚାହିଁଥିଲେ ଶୈଲଜାଙ୍କୁ ।

ସମ୍ବନ୍ଧିତ ଖବର