କରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ଭିସ୍ତା ନିର୍ମାଣ ବନ୍ଦ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏହି ୮ଟି ପରାମର୍ଶ ଦେଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ୧୨ଟି ପ୍ରମୁଖ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦେଶରେ କୋଭିଡର ବିସ୍ତାରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି | ଏହା ସହ ୧୨ଟି ଦଳ ୮ଟି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ମାଗଣା ଟିକା, କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର କାର୍ଯ୍ୟ ବନ୍ଦ, ଚାଷ ଆଇନ ରଦ୍ଦ ଅନ୍ତର୍ଭୁକ୍ତ |

ଚିଠିରେ ଲେଖାଯାଇଛି ଯେ, “ଅତୀତରେ ଆମେ ସ୍ୱାଧୀନ ଭାବରେ ଏବଂ ମିଳିତ ଭାବରେ ବିଭିନ୍ନ ପଦକ୍ଷେପ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ଯାହା କେନ୍ଦ୍ର ସରକାର ଗ୍ରହଣ କରିବା ତଥା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ଅଟେ। ଦୁର୍ଭାଗ୍ୟବଶତଃ ଆପଣଙ୍କ ସରକାର ଏହି ସମସ୍ତ ପରାମର୍ଶକୁ ଅଣଦେଖା କରିଛନ୍ତି । ଏହା କେବଳ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏଭଳି ଲେଖି ୮ଟି ପରାମର୍ଶ ଦେଇଛନ୍ତି ବିରୋଧୀ |

Events at border illustrative of confident India: PM Modi
The Tribune

ଏହା ସହ ୮ଟି ପରାମର୍ଶ ମଧ୍ୟରେ ରହିଛି…..

* ସମସ୍ତ ଉପଲବ୍ଧ ଉତ୍ସରୁ ବିଶ୍ୱ ସ୍ତରୀୟ ଏବଂ ଘରୋଇ ଟିକାଗୁଡ଼ିକର କେନ୍ଦ୍ରୀୟ କ୍ରୟ |
* ତୁରନ୍ତ ମାଗଣା, ସର୍ବଭାରତୀୟ ଜନ ଟିକାକରଣ ଅଭିଯାନ |
* ଘରୋଇ ଟିକା ଉତ୍ପାଦନକୁ ବିସ୍ତାର କରିବାକୁ ବାଧ୍ୟତାମୂଳକ ଲାଇସେନ୍ସ |
* ଟିକା ପାଇଁ ୩୫,୦୦୦ କୋଟି ବଜେଟ୍ ଆବଣ୍ଟନ |
* କେନ୍ଦ୍ରୀୟ ଭିସ୍ତା ନିର୍ମାଣ ବନ୍ଦ କରିବା ସହ ଅମ୍ଳଜାନ ଏବଂ ଟିକା ପାଇଁ ସେହି ଟଙ୍କା ବ୍ୟବହାର କରାଯାଉ|
* ହିସାବ ବାହାରେ ରଖାଯାଇଥିବା ସମସ୍ତ ଟଙ୍କାକୁ ଆଣି ପିଏମ କେୟାର୍ସକୁ ଟିକାକରଣ, ଅମ୍ଳଜାନ ଏବଂ ଚିକିତ୍ସା ଉପକରଣ କିଣିବାରେ ବ୍ୟବହାର କରିବ ଉଚିତ |
* ବେରୋଜଗାରଙ୍କ ପାଇଁ ମାସକୁ ୬୦୦୦ |
* ଅସହାୟ ଲୋକଙ୍କୁ ଖାଦ୍ୟଶସ୍ୟର ମାଗଣା ବଣ୍ଟନ |
* କୋଭିଡ୍ ଶିକାର ହୋଇଥିବା କୃଷକମାନଙ୍କୁ ସୁରକ୍ଷା ଦେବା ପାଇଁ କୃଷି ଆଇନ ରଦ୍ଦ |

ସମ୍ବନ୍ଧିତ ଖବର