ତିନିବାହିନୀ ପାଇଁ ବଡ଼ ଧରଣର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ : ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଏକ ବଡ଼ ଧରଣର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇପାରନ୍ତି ଭାରତ ସରକାର । ଏଗୁଡ଼ିକ ମଧ୍ୟରେ ରହିଛି ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ଓ କେତେକ ବିଦେଶୀ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ।

ଆର୍ମି ଆଭିଏସନ କୋର୍ (ସେନାର ବାୟୁ ବିଭାଗ) ପାଇଁ ୩୮୦୦ କୋଟି ବିନିମୟରେ ଭାରତରେ ନିର୍ମିତ ୨୫ଟି ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଖରିଦ କରାଯିବ । ସେହିପରି ନୌସେନା ପାଇଁ ୧୭୩୫ କୋଟି ଟଙ୍କା ମୂଲ୍ୟର ଋଷିଆ ନିର୍ମିତ ୩୯ଟି କ୍ଲବ୍ ଆଣ୍ଟିସିପ୍ କ୍ରୁଜ ମିସାଇଲ ଖରିଦ କରାଯିବ । ପୂର୍ବରୁ ମଧ୍ୟ ଭାରତୀୟ ନୌସେନା ପାଇଁ ଏହି ମିସାଇଲ କିଣାଯାଇଥିଲା । ନୌସେନା ପାଇଁ ୧୦ଟି ପ୍ରହରା ଡ୍ରୋନ ଓ ସଫ୍ଟଓ୍ବାର ମଧ୍ୟ କିଣାଯିବ ।

ଅନ୍ୟପକ୍ଷରେ ବାୟୁସେନା ପାଇଁ ୧୦୦୦ କୋଟି ଟଙ୍କା ମୂଲ୍ୟର ଡିଜିଟାଲ ରାଡାର ଓ୍ବାର୍ନିଂ ରିସିଭର ମଧ୍ୟ ଖରିଦ କରାଯିବ । ଏଗୁଡ଼ିକ ସୁଖୋଇ ବିମାନରେ ବ୍ୟବହାର କରାଯିବ । ଆହୁରି ମଧ୍ୟ ସେନା ଓ ସିଆରପିଏଫ ପାଇଁ ୬ ଲକ୍ଷ ଏକେ୨୦୩ ରାଇଫଲ କିଣାଯିବ । ଏଗୁଡ଼ିକର ମୂଲ୍ୟ ପ୍ରାୟ ୫୧୦୦ କୋଟି ହେବ ।

 

ସମ୍ବନ୍ଧିତ ଖବର