କଂଗ୍ରେସରେ ସାଂଗଠନିକ ଅଦଳବଦଳ, ହଟିଲେ ଆଜାଦ, ଭୋରା, ଖଡଗେ ; ଡ. ଚେଲ୍ଲାକୁମାର ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରିଛନ୍ତି । ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା ଓ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମହାସଚିବ ପଦରୁ ହଟାଇ ରଣଦୀପ ସୂର୍ଯ୍ୟେଓ୍ଵାଲା, ହରିଶ ରାଓ୍ଵତଙ୍କୁ ମହାସଚିବ କରାଯାଇଛି । ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ପ୍ରଭାରୀ ପଦ ବଜାୟ ରଖିଛନ୍ତି ।  ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଡ. ଚେଲ୍ଲାକୁମାରଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି ।

ନିକଟରେ ଅନୁଷ୍ଠିତ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକରେ ଗାନ୍ଧି ପରିବାରକୁ ନେଇ ପ୍ରଶ୍ନ ଉଠାଇଥିବା ଗୁଲାମ ନବୀ ଆଜାଦଙ୍କ ବିରୁଦ୍ଧରେ କଂଗ୍ରେସ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଥିଲା । ତାଙ୍କ ସ୍ଥାନରେ ବିବେକ ବଂସଲଙ୍କୁ ହରିୟାଣା ଦାୟିତ୍ୱ ପ୍ରଦାନ କରାଯାଇଛି ।

 

 

ସମ୍ବନ୍ଧିତ ଖବର