କଶ୍ମୀରରେ ସୁରକ୍ଷାବଳଙ୍କ ବଡ଼ ସଫଳତା: କଠୁଆରୁ ୪୦କିଲୋ ବିସ୍ଫୋରକ ଜବତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଆତଙ୍କବାଦୀଙ୍କ ଏକ ବଡ଼ ଆକ୍ରମଣର ଷଡଯନ୍ତ୍ରକୁ ପଣ୍ଡ କରି ଦେଇଛନ୍ତି। କଠୁଆ ଜିଲ୍ଲା ସୁରକ୍ଷାବଳ ସର୍ଚ୍ଚ ଅପରେସନ୍‌ କରୁଥିବା ସମୟରେ ୪୦କିଲୋର ବିସ୍ଫୋରକ ଜବତ କରିଛନ୍ତି। ସୁରକ୍ଷାବଳ କଠୁଆ ଦିଲାଓ୍ଵଲ ଅଞ୍ଚଳର ଦେଓ୍ଵଲ ଗ୍ରାମରୁ ଏହି ବିସ୍ଫୋରକ ଜବତ କରିଛନ୍ତି। ସୁରକ୍ଷାବଳ ଏବେ ଏହା ଜାଣିବାକୁ ଯାଞ୍ଚ କରୁଛନ୍ତି କି ଏହି ବିସ୍ଫୋରକ କେଉଁ କାରଣ ପାଇଁ ଖଞ୍ଜା ଯାଇଥିଲା।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିରେ ପୁଣି ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି। କଶ୍ମୀରରୁ ଆତଙ୍କବାଦୀଙ୍କୁ ନେଇ ସୁରକ୍ଷା ଏଜେନ୍ସି ଏକ ବଡ଼ ରିପୋର୍ଟ ଦେଇଛନ୍ତି। ଗୁଇନ୍ଦା ରିପୋର୍ଟ ମୁତାବକ କଶ୍ମୀରରେ ୨୩୭ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି। ଯେଉଁଥିରେ ୧୬୬ ସ୍ଥାନୀୟ ଆତଙ୍କବାଦୀ ଥିବା ବେଳେ ୧୦୭ ଜଣ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି।

ଘାଟିରେ ସବୁଠାରୁ ଅଧିକ ଆତଙ୍କବାଦୀ ଲସ୍କର ଏ ତୈବାର ଥିବା ବେଳେ ଓ ୧୦୦ଜଣ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ୍‌ର ବୋଲି ଜଣାପଡ଼ିଛି। ଲସ୍କର ଏ ତୈବାର ଆତଙ୍କବାଦୀଙ୍କ ସଂଖ୍ୟା ୧୧୨ ରହିଛି। ସେହିପରି ଆତଙ୍କବାଦୀ ସଙ୍ଗଠନ ଜୈସ୍‌ର ୫୯ଜଣ ଓ ଅଲ ବଦର ଗ୍ରୁପ୍‌ର ୩ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିମଧ୍ୟରୁ ୧୫୮ଜଣ ଆତଙ୍କବାଦୀ ଦକ୍ଷିଣ କଶ୍ମୀର, ୯୬ଜଣ ଆତଙ୍କବାଦୀ ଉତ୍ତରି କଶ୍ମୀର ଓ ମଧ୍ୟ କଶ୍ମୀରରେ ୧୯ଜଣ ଆତଙ୍କବାଦୀ ଏକ ବଡ଼ ଆକ୍ରମଣର ଷଡଯନ୍ତ୍ର କରୁଛନ୍ତି।

ସମ୍ବନ୍ଧିତ ଖବର