ଶ୍ରୀନଗର: ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍ ଜିଲ୍ଲାର ଏକ ଗୁପ୍ତ ସ୍ଥାନରେ ଆତଙ୍କବାଦୀମାନେ ଲୁଚାଇ ଥିବା ୧୯ଟି ‘ହ୍ୟାଣ୍ଡ୍ ଗ୍ରେନେଡ୍’ ଉଦ୍ଧାର କରାଯିବା ସହ ନିରାପତ୍ତା ବଳଙ୍କ ଉପରେ ହେବାକୁ ଥିବା ଆକ୍ରମଣ ଯୋଜନା ଭଣ୍ଡୁର ହୋଇଥିବା କଥା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର ଦାବି କରିଛନ୍ତି।
ମୁଖପାତ୍ରଜଣକ କହିଛନ୍ତି, ନିରାପତ୍ତା ବଳ ଓ ପୁଲିସର ମିଳିତ ଉଦ୍ୟମକୁ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିବା ସହ ପୁଞ୍ଚ୍ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବ୍ୟାହତ କରିବାକୁ ଦୁଷ୍ଟମାନଙ୍କର ଏକ ଘୃଣ୍ୟ ଯୋଜନାକୁ ଆଜି ସକାଳେ ଭଣ୍ଡୁର କରାଯାଇଛି।
Image Courtesy of The News Now୧୪୪-ଏ ଜାତୀୟ ରାଜପଥରେ (ଜମ୍ମୁ-ରଜୌରି-ପୁଞ୍ଚ୍) ଯାତାୟତ କରୁଥିବା ନିରାପତ୍ତା ବଳଙ୍କୁ ଆକ୍ରମଣ କରିବା ଲାଗି ଆତଙ୍କବାଦୀମାନେ ଯୋଜନା କରୁଥିବା ସଂକ୍ରାନ୍ତରେ ଭରସାଯୋଗ୍ୟ ସୂଚନା ପାଇବା ପରେ ଭାରତୀୟ ସେନାର ‘ରାଷ୍ଟ୍ରୀୟ ରାଇଫଲ୍’ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ୍ ମିଳିତ ଭାବେ ଜମ୍ମୁ ଅନ୍ତର୍ଗତ ପୁଞ୍ଚ୍ ଜିଲ୍ଲାର ସୁରନକୋଟ ଅଧୀନ ଫାଗ୍ଲା ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲେ। ତଲାସ ଚାଲିଥିବା ବେଳେ ଏକ ଗୁପ୍ତ ସ୍ଥାନରୁ ସେମାନେ ୧୯ଟି ‘ହ୍ୟାଣ୍ଡ୍ଗ୍ରେନେଡ୍’ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jk.jpg)