ଦିଲ୍ଲୀରେ ଧରାପଡ଼ିଲା ଆତଙ୍କବାଦୀ ଷଡ଼ଯନ୍ତ୍ର; ଏନ୍‌କାଉଣ୍ଟର୍‌ ପରେ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସୋମବାର ସକାଳେ ନୂଆଦିଲ୍ଲୀର ଶକରପୁର ଅଞ୍ଚଳରୁ ଅନ୍ୟୂନ ୫ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ସେଲ୍‌ ଗିରଫ କରିଛି।

ଗିରଫ ଆତଙ୍କବାଦୀମାନେ କେଉଁ ଆତଙ୍କବାଦୀ ସଙ୍ଗଠନ ସହ ଅନୁବନ୍ଧିତ ତାହା ଜଣାପଡ଼ିନାହିଁ। ସେମାନଙ୍କ ମଧ୍ୟରୁ ତିନିଜଣ ଜମ୍ମୁ ଓ କଶ୍ମୀରରୁ ଆସିଥିବା ବେଳେ ଅନ୍ୟ ଦୁଇଜଣ ଆସିଛନ୍ତି ପଞ୍ଜାବରୁ।

Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ସ୍ପେସାଲ୍‌ ସେଲ୍‌ ଅଧିକାରୀମାନଙ୍କ ସହ ଗୁଳି ବିନିମୟ ପରେ ସମ୍ପୃକ୍ତ ଆତଙ୍କବାଦୀମାନେ ଗିରଫ ହୋଇଛନ୍ତି। ସେମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଦିଲ୍ଲୀ ପୁଲିସ ଟିମ୍‌ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ଭଣ୍ଡୁର କରି ଜାତୀୟ ରାଜଧାନୀ ଅଞ୍ଚଳର ଖାଁ ମାର୍କେଟ୍‌ ଅଞ୍ଚଳରୁ ଜୈଶ୍‌-ଏ-ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାର ୨୦ ଦିନ ପରେ ଆଜିର ଘଟଣାଟି ଘଟିଛି। ସେମାନଙ୍କ ଠାରୁ ପୁଲିସ ଦୁଇଟି ଅର୍ଦ୍ଧ-ସ୍ୱୟଂକ୍ରିୟ ପିସ୍ତଲ ସହ ୧୦ଟି ଅଫୁଟା ଗୁଳି ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର