ନୂଆଦିଲ୍ଲୀ: ଛଟ ପର୍ବ ଦିନ ବାରାଣାସୀରେ ଏକ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଦୁର୍ଘଟଣା ତେହାର ସ୍ପେଶାଲ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳି ଯାଇଥିବା କୁହାଯାଉଛି।
ବିଳାସପୁର-ଅଯୋଧ୍ୟା ଧାମ ସ୍ପେଶାଲ ଟ୍ରେନ ଚଳାଉଥିବା ଲୋକୋ ପାଇଲଟ୍ କହିଛନ୍ତି, ‘ମୁଁ ଯେଉଁ ଧାରଣାରେ ଯାଉଥିଲି ସ୍ବତନ୍ତ୍ରତା ସେନାନି ଏକ୍ସପ୍ରେସ ବି ସେହି ଲାଇନରେ ଠିଆ ହୋଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କ’ଣ କରିବି କିଛି ବୁଦ୍ଧିବାଟ ଦିଶୁ ନଥିଲା।
ସ୍ବତନ୍ତ୍ରତା ସେନାନି ଏକ୍ସପ୍ରେସ ଟ୍ରେନ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଚଲାଉଥିବା ଟ୍ରେନକୁ ଧୀରେଧୀରେ ଅଟକାଇବାକୁ ଚେଷ୍ଟା କରିଥିଲି। ଭଗବାନଙ୍କ କୃପାରୁ ମୋ ଟ୍ରେନ୍ ଠାରୁ ସ୍ବତନ୍ତ୍ରତା ସେନାନି ଏକ୍ସପ୍ରେସ ମାତ୍ର ୫୦ମିଟର ଦୂରରେ ଥିବା ବେଳେ ମୁଁ ଟ୍ରେନକୁ ଅଟକାଇବାରରେ ସଫଳ ହୋଇଯାଇଥିଲା। କୁହାଯାଉଛି କେହି ଯାତ୍ରୀ ଟ୍ରେନର ଚେନ ଟାଣି ଦେଇଥିବାରୁ ତାହା ଉକ୍ତ ଧାରଣାରେ ଅଟକିଯାଇଥିଲା।
ଏହାପରେ ରେଳ ଅଧିକାରୀଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲି। ଏହି ଘଟଣା ବିଷୟରେ ଖବର ପାଇବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଏହି ଘଟଣାର ଅନୁସନ୍ଧାନ ପାଇଁ ସଂପୃକ୍ତ ବିଭାଗର ଏକ ଟିମ୍ ଗଠନ କରାଯାଇଛି। କମିଟି ଖୁବ ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ। ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/07/WdMbz7LFJxHCQ0CzYFwr.jpg)