ମାଗଣାରେ ସମସ୍ତ କୋଭିଡ୍-୧୯ ପରୀକ୍ଷା କରାଯାଉ, ଘରୋଇ ଲାବ୍ରୋଟରିମାନଙ୍କୁ ବି ମାଗଣା ପରୀକ୍ଷା ଲାଗି କୁହାଯାଉ : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ନାଗରିକମାନଙ୍କ ପାଇଁ କୋଭିଡ୍-୧୯ର ସବୁ ପରୀକ୍ଷା ମାଗଣାରେ କରାଯାଉ ବୋଲି ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତବ ଦେଇଛନ୍ତି ।

କୋଭିଡ୍-୧୯ ପରୀକ୍ଷା ନିମନ୍ତେ ଲୋକମାନଙ୍କଠାରୁ ପ୍ରାପ୍ୟ ନେବାକୁ ସରକାର ଘରୋଇ ଲାବ୍ରୋଟରିମାନଙ୍କୁ ଅନୁମତି ଦେଇଥିଲେ । ଅବଶ୍ୟ ଏହି ପରୀକ୍ଷା ବାବଦ ଦେୟ ୪୫୦୦ ଟଙ୍କାରେ ସୀମିତ କରାଯାଇଥିଲା ।

Image Source: Zee News

ଆଜି ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ କରୋନାଭାଇରସ୍ ପରୀକ୍ଷା କରୁଥିବା ଘରୋଇ ଲାବ୍ରୋଟରିମାନଙ୍କର ପ୍ରାପ୍ୟ ସରକାର ଭରଣା କରନ୍ତୁ । ଫଳରେ ନାଗରିକମାନଙ୍କୁ ପରୀକ୍ଷା ବାବଦରେ ଅର୍ଥ ଦେବାକୁ ପଡ଼ିବ ନାହିଁ ।

ବିଚାରପତି ଅଶୋକ ଭୂଷଣ ପ୍ରସ୍ତାବ ଦେଇ କହିଛନ୍ତି ଯେ ପରୀକ୍ଷା ପାଇଁ ଘରୋଇ ଲାବ୍ରୋଟରିମାନଙ୍କୁ ଅଧିକ ଅର୍ଥ ଦାବି କରିବାକୁ ଅନୁମତି ଦିଆ ନ ଯାଉ । ସରକାରଙ୍କ ଠାରୁ ପରୀକ୍ଷା ବାବଦ ଦେୟ ଭରଣା ପାଇବାକୁ ବ୍ୟବସ୍ଥା କରାଯାଉ । କେନ୍ଦ୍ର ସରକାରଙ୍କର ପ୍ରତିନିଧିତ୍ୱ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଅଦାଲତଙ୍କୁ କହିଲେ ଯେ ଏ ସଂକ୍ରାନ୍ତରେ ସେ ସରକାରଙ୍କୁ ଅବଗତ କରାଇବେ ।

ସମ୍ବନ୍ଧିତ ଖବର