ଦୁର୍ଗା ପୂଜା ସମୟରେ ଯେମିତି କୌଣସି ରାସ୍ତା ଅବରୋଧ ନହେବ, ତାହା ଆପଣ ନିଶ୍ଚିତ କରିବେ; ମନ୍ତ୍ରୀଙ୍କୁ କହିଲେ ଦିଦି

କୋଲକାତା: ଆଗକୁ ଦୁର୍ଗା ପୂଜା। ଏହି ସମୟରେ ଦେଶରେ ରାସ୍ତା ଜାମ୍ ହେବା ସ୍ବାଭାବିକ କଥା। ଦୂର୍ଗା ପୂଜା ଆସିଲେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କଡ଼ା ନିୟମ ତିଆରି ହୁଏ। ହେଲେ ମଧ୍ୟ ମ‌ା’ଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମେ। ଏସବୁକୁ ନଜରରେ ରଖି  ଦୁର୍ଗା ପୂଜା ସମୟରେ ଯେମିତି କୌଣସି ରାସ୍ତା ଅବରୋଧ ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ସୁଜିତ ବୋସଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୋସଙ୍କ ପୂଜା ପେଣ୍ଡାଲକୁ ଉଦଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି।

ପେଣ୍ଡାଲକୁ ଉଦଘାଟନ କରି ସେ କହିଛନ୍ତି ଯେ, ମୁଁ ସୁଜିତ ବାବୁଙ୍କୁ ଅନୁରୋଧ କରିବି ଯେ ସେ ରାସ୍ତା ଅବରୋଧ ନହେବା ପ୍ରତି ଧ୍ୟାନ ଦେବେ। ରାସ୍ତା ଅବରୋଧ ହେତୁ ଲୋକମାନେ ବିମାନ ଉଡ଼ାଣରୁ ବଞ୍ଚିତ ହୁଅନ୍ତି କିମ୍ବା ଲୋକମାନେ ଏହି ରାସ୍ତା ଦେଇ ଯିବାରେ ବିଫଳ ହୁଅନ୍ତି। ଗୌରବ ଶର୍ମା ଏଠାକାର ନୂତନ କମିଶନର। ଗୌରବ ଯଦି ସେହି ପ୍ରକାରର ଘଟଣା ଘଟେ, ତୁରନ୍ତ ମୋତେ କହିବ ଏବଂ ମୁଁ ଯାହା ଆବଶ୍ୟକ ତାହା କରିବି। ଏହି ପୂଜା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସନ୍ତି। ତେଣୁ ସୁଜିତ ବାବୁ, ଆପଣ ଜଣେ ମନ୍ତ୍ରୀ ହିସାବରେ ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ବୁଝିବା ଆବଶ୍ୟକ। ଏହା ଆପଣଙ୍କ କର୍ତ୍ତବ୍ୟ। ଦୁର୍ଗା ପୂଜା ସମୟରେ ମୁଁ ବହୁତ ଅପଡେଟ୍ ରଖେ। ଯେତେବେଳେ ଲୋକମାନେ ରାସ୍ତାରେ ବୁଲନ୍ତି ମୁଁ ସେମାନଙ୍କ ପ୍ରହରୀ ହୋଇଯାଏ। ଯଦି ମୁଁ କୌଣସି ସମସ୍ୟା ବିଷୟରେ ଜାଣିବକୁ ପାଏ, ତେବେ ମୋ ଭାଷା ଆପଣଙ୍କ ଆଡକୁ ବଦଳିଯିବ ସୁଜିତ ବାବୁ।

ସମ୍ବନ୍ଧିତ ଖବର