ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ବାହାରେ ହୋଇଥିବା ବିସ୍ଫୋରଣଘଟଣାର ତଦନ୍ତ କରୁଥିବା ସୁରକ୍ଷା ଏଜେନ୍ସି ସୋମବାର ଏକ ବଡ଼ ଖୁଲାସା କରିଛନ୍ତି। ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରାଯାଇଥିଲା । ଏପରିକି ଏଥିରେ ମହିଳାଙ୍କ ମେକଅପ୍ ରେ ବ୍ୟବହୃତ ଏକ ପାଉଡର ମଧ୍ୟ ଥିବା ଦାବି କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ପାଉଡରରେ ହାଇଡ୍ରୋଜେନ ପେରୋକ୍ସାଇଡ୍, ବେରିୟମ୍ ଓ ନାଇଟ୍ରେଟ୍ ରହିଛି। ଏହି ତିନୋଟି ରାସାୟନିକ ପଦାର୍ଥକୁ ମିଶାଇ ଏକ ଦ୍ରବଣ ସୃଷ୍ଟି କରିବା ଦ୍ୱାରା ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ରାସାୟନିକ ପଦାର୍ଥ ସାଧାରଣତଃ ଖଣି ଏବଂ ସୌନ୍ଦର୍ଯ୍ୟ ଉତ୍ପାଦରେ ବ୍ୟବହୃତ ହୁଏ ।
ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରାଯାଇଥିଲା । ଏପରିକି ଏଥିରେ ମହିଳାଙ୍କ ମେକଅପ୍ ରେ ବ୍ୟବହୃତ ଏକ ପାଉଡର ମଧ୍ୟ ଥିବା ଦାବି କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ପାଉଡରରେ ହାଇଡ୍ରୋଜେନ ପେରୋକ୍ସାଇଡ୍, ବେରିୟମ୍ ଓ ନାଇଟ୍ରେଟ୍ ରହିଛି। ଏହି ତିନୋଟି ରାସାୟନିକ ପଦାର୍ଥକୁ ମିଶାଇ ଏକ ଦ୍ରବଣ ସୃଷ୍ଟି କରିବା ଦ୍ୱାରା ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ।
ଘଟଣାସ୍ଥଳରୁ ମିଳିଥିବା ଦ୍ରବଣରେ ତିନୋଟି ପାଉଡରର ପ୍ରମାଣ ମଧ୍ୟ ମିଳିଥିଲା। ଏହି ବିସ୍ଫୋରଣ ପାଇଁ ଯିଏ ସାମଗ୍ରୀ ସଂଗ୍ରହ କରିଥିଲା, ସେ ଏହି ସବୁ ରାସାୟନିକ ପଦାର୍ଥ ବିଷୟରେ ଭଲ ଜ୍ଞାନ ରଖିଥିଲା ବୋଲି ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି। ଏହି ରାସାୟନିକ ପଦାର୍ଥ ଗୁଡ଼ିକ ଶିଳ୍ପ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହେଉଥିବାରୁ ଏହା ସହଜରେ ମିଳିଥାଏ । ଦିଲ୍ଲୀର ଏହି 'ରହସ୍ୟମୟ ବିସ୍ଫୋରଣ'ରେ ଖଲିସ୍ତାନୀ ସ୍ଲିପର ସେଲ୍ ର ସମ୍ପୃକ୍ତି ଥିବା ସୁରକ୍ଷା ଏଜେନ୍ସିମାନେ ସନ୍ଦେହ କରୁଛନ୍ତି।ବିସ୍ଫୋରଣର ଉଦ୍ଦେଶ୍ୟ ଜୀବନ ହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି କରିବା ନୁହେଁ, ବରଂ କେବଳ ଏକ ବାର୍ତ୍ତା ଦେବା ଥିଲା ବୋଲି କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/21/Leu2bYphKkPkNUs6XcA9.jpeg)