ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡ଼ା ଓ ଅମ୍ରିତା ଅରୋଡ଼ାଙ୍କ ପିତା ଅନିଲ ଅରୋଡ଼ା ଆଜି ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଅରୋଡ଼ା ଘରର ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ସେମାନଙ୍କ ଘର ବାହାରୁ ଆସିଥିବା ଦୃଶ୍ୟରେ ମଲାଇକାଙ୍କ ପୂର୍ବତନ ସ୍ୱାମୀ ତଥା ଅଭିନେତା-ପ୍ରଯୋଜକ ଅରବାଜ ଖାନ୍ଙ୍କ ସହ କିଛି ପୁଲିସ କର୍ମୀ ନଜର ଆସିଛନ୍ତି। ଅରବାଜ ହିଁ ପ୍ରଥମେ ଆରୋଡ଼ାଙ୍କ ବାସଭବନରେ ପହଞ୍ଚିଥିଲେ। ଅରବାଜଙ୍କ ଭଉଣୀ ଅଲଭିରା ଅଗ୍ନିହୋତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।
କୋଠାରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା
ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡ଼ା ଓ ଅମ୍ରିତା ଅରୋଡ଼ାଙ୍କ ପିତା ଅନିଲ ଅରୋଡ଼ା ଆଜି ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
/sambad/media/media_files/ysvSIVrnyNzNJOUSJNfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)