ଲିଲଙ୍ଗଓ୍ବେ : ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତି ସାଲ୍ୟୁଲସ ଚିଲିମା ମୃତ । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି । ଗତକାଲିଠାରୁ ଏହି ବିମାନଟି ନିଖୋଜ ଥିଲା ।
ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ସଂପର୍କରେ ମାଲଓ୍ବିର ରାଷ୍ଟ୍ରପତି ଲାଜାରୁସ ଚାକଓ୍ବେରା ନିଜ ଦେଶବାସୀଙ୍କୁ ସମ୍ବୋଧିନ କରିବା ଅବସରରେ ଘୋଷଣା କରିଛନ୍ତି । ଏହି ବିମାନଟି ଉଡ଼ାଣ ଭରିଥିଲା ।
ମାଲାବି ଡିଫେନ୍ସ ଫୋର୍ସର ଏହି ବିମାନ ସୋମବାର ସ୍ଥାନୀୟ ସମୟ ସକାଳ ୯ଟାରେ ଲିଲଙ୍ଗୱେରୁ ଉଡ଼ାଣ ଭରିଥିଲା ଏବଂ ମୁଜୁଜୁଜୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ବିମାନଟି ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ପରେ ମାଲାଓ୍ବି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ଗତ ମାସରେ ମାଲାବିର ଏକ ଅଦାଲତ ଉପରାଷ୍ଟ୍ରପତି ସୋଲୋସ୍ ଚିଲିମା ବିରୋଧରେ ଥିବା ଦୁର୍ନୀତି ଅଭିଯୋଗକୁ ପ୍ରତ୍ୟାହାର କରିଥିଲେ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ କୁ ନେଇ ଆଇନଗତ ପ୍ରତିବନ୍ଧକକୁ ଦୂର କରିଥିଲେ। ଦୁର୍ନୀତି ଅଭିଯୋଗରେ ଚିଲମାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-11-at-16.51.41.jpeg)