ମୁମ୍ବାଇ: ହେମା କମିଟି ରିପୋର୍ଟ ଯୋଗୁଁ ଗତ କିଛି ଦିନ ହେବ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି । ଅନେକ ଅଭିନେତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ହେ‌ାଇଥିବା ବେଳେ ଲୋକପ୍ରିୟ ମଲାୟାଲମ୍ ଅଭିନେତା ନିଭିନ ପାଉଲିଙ୍କ ବିରୋଧରେ ବି ଯୌନ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ମାମଲା ରୁଜୁ ହୋଇଛି। 

Advertisment

ନେରିୟାମଙ୍ଗଲମର ବାସିନ୍ଦା ଅଭିନେତା ନିଭିନ ପାଉଲିଙ୍କ ବିରୋଧ‌ନରେ ଅଭିଯୋଗ କରି କହିଛନ୍ତି,‘ ପାଉଲି ମୋତେ ଏକ ଚଳଚ୍ଚିତ୍ରରେ ଚାକିରି ଦେବା ଉଦ୍ଦେଶ୍ୟରେ ନଭେମ୍ବର ୨୦୨୩ରେ ଦୁବାଇ ନେଇ ସେଠାରେ ‌ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିଲେ।   କେରଳର ଏର୍ନାକୁଲମରେ ଏହି ମାମଲା ଆନୁଷ୍ଠାନିକ ଭାବେ ପଞ୍ଜୀକୃତ ହୋଇଛି। ଯେଉଁଠାରେ ଜାମିନ ବିହୀନ ଅଭିଯୋଗରେ ଅଭିନେତା ଏବଂ ଅନ୍ୟ ୫ଜଣଙ୍କୁ ନାମରେ ମାମଲା ରୁଜୁ ହୋଇଛି।’ 

କେରଳ ପୁଲିସ ମଙ୍ଗଳବାର ସେପ୍ଟେମ୍ବର ୩ରେ ମହିଳାଙ୍କ ଅଭିଯୋଗ କ୍ରମେ ଅଭିନେତା ନିଭିନ ପାଉଲି, ମଲାୟାଲମ ଚଳଚ୍ଚିତ୍ର ନିର୍ମାତା ଏ. କେ ସୁନୀଲ ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ମହିଳା ନିଜର ଅଭିଯୋଗ ବିଶେଷ ଯାଞ୍ଚ ଦଳ (ଏସଆଇଟି)ଙ୍କ  ନିକଟରେ କରିଛନ୍ତି। ଏହି ଦଳକୁ ହେମା କମିଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ଗଠନ କରାଯାଇଛି।

ହେମା କମିଟି ରିପୋର୍ଟ ସାମ୍ନାକୁ ଆସିବା ପରେ ଅନେକ ମହିଳା ସାମ୍ନାକୁ ଆସି ତାଙ୍କ ସହିତ ଘଟିଥିବା ଘଟଣାକୁ ବଖାଣୁଛନ୍ତି। ଏହି କ୍ରମରେ ଜଣେ ମହିଳା ଅଭିନେତା ନିଭିନ ପାଉଲିଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି।

ହେମା କମିଟିଙ୍କ ରିପୋର୍ଟ ପରେ ସୁପରଷ୍ଟାର ମୋହନଲାଲ ଏଏମଏମଏ (ଆସୋସିଏସନ ଅଫ ମଲାୟାଲମ ଚଳଚ୍ଚିତ୍ର କଳାକାର) ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ଏହି  ଆସୋସିଏସନ ସହିତ ଜଡ଼ିତ ଥିବା ଅନେକ ସଦସ୍ୟଙ୍କ ବିରୋଧରେ ବି ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ତାଲିକାରେ  ଏଡାଭେଲା ବାବୁ, ଅଭିନେତା-ରାଜନେତା ମୁକେଶ ଓ ଜୟସୁର୍ଯାଙ୍କ ପରି ଲୋକପ୍ରିୟ କଳାକାରଙ୍କ ନାମ ସାମିଲ ଅଛି।

ଅଧିକପଢ଼ନ୍ତୁ: ସୁଟର ୟୁସୁଫ ଭାଇରାଲ ହୋଇଥିବା ପୋଜକୁ ‌ନେଇ କରିବାକୁ ଯାଉଛନ୍ତି ଏଭଳି କାମ