ଥରୁର ବନାମ ମୋହନଲାଲ୍‌:ମୋଦୀଙ୍କୁ ଭେଟିଲେ ମାଲାୟଲମ୍‌ ସୁପରଷ୍ଟାର

ଥିରୁଅନନ୍ତପୁରମ୍‌: ନିଜ ଦମ୍‌ଦାର ଅଭିନୟ ଦ୍ୱାରା କୋଟି କୋଟି ଲୋକଙ୍କ ହୃଦୟ ଜିଣିଥିବା ମାଲାୟଲମ୍‌ ଚଳଚ୍ଚିତ୍ର ସୁପରଷ୍ଟାର୍‌ ମୋହନ୍‌ଲାଲ୍‌ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ପରସ୍ପରକୁ ଭେଟିବା ପରେ ଟ୍ଵିଟର୍‌ରେ ଏ ନେଇ ସୂଚନା ଦେଇଛନ୍ତି। ଏମିତି କି ଉଭୟ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋହନ୍‌ଲାଲ୍‌ ଜଣେ ଭଲ ମଣିଷ ବୋଲି ମୋଦୀ ଟ୍ଵିଟର୍‌ରେ କହିଛନ୍ତି। ତେବେ ଏହି ସାକ୍ଷାତ ପରେ ମୋହନ୍‌ଲାଲ୍‌ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୋହନ୍‌ଲାଲ୍‌ ଥିରୁଅନନ୍ତପୁରମ୍‌ରୁ କଂଗ୍ରେସ ନେତା ଶଶୀ ଥରୁରଙ୍କ ବିପକ୍ଷରେ ଲଢ଼ିପାରନ୍ତି। ଏମିତି କି ମୋହନ୍‌ଲାଲ୍‌ଙ୍କୁ ଆର୍‌ଏସ୍‌ଏସ୍‌ ମଧ୍ୟ ପୂର୍ଣ୍ଣ ସମର୍ଥନ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର