କୁଆଲାଲୁମ୍ପୁର : ମାଲେସିଆରେ ମଙ୍ଗଳବାର ହୋଇଥିବା ଭୟାବହ ହେଲିକପ୍ଟର ଦୁର୍ଘଟଣା ପରେ ସେଠାକାର ସରକାର ରୟାଲ ମାଲେସିଆ ନୌସେନାର ୯୦ତମ ପ୍ରତିଷ୍ଠା ଦିବସ ସମାରୋହକୁ ବାତିଲ କରିଦେଇଛନ୍ତି । ଏହା ସହିତ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

Advertisment

ସୂଚନାଯୋଗ୍ୟ ଯେ, ନୌସେନା ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଦର୍ଶନ କରିବା ପାଇଁ ଉଭୟ ହେଲିକପ୍ଟର ଏକାଠି ଅଭ୍ୟାସ କରୁଥିଲେ, କିନ୍ତୁ ଅଭ୍ୟାସ ସମୟରେ ଆକାଶରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଡ଼ିବା ପରେ ଉଭୟ ଅନିୟନ୍ତ୍ରିତ ହୋଇ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ, ରୟାଲ ମାଲେସିଆ ନୌସେନା ଉତ୍ସବ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରୁଥିବା ବେଳେ ଉଭୟ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୦ ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା ।

ବିବିସିର ଏକ ରିପୋର୍ଟ ଅନୁସାରେ ଗୋଟିଏ ହେଲିକପ୍ଟରର ପଙ୍ଖା ଅନ୍ୟ ହେଲିକପ୍ଟରରେ ଲାଗିବାରୁ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ହେଲିକପ୍ଟରରେ ୭ ଜଣ ବସିଥିବାବେଳେ ଅନ୍ୟଟିରେ ୩ ଜଣ ବସିଥିଲେ । ସକାଳ ପ୍ରାୟ ୯ଟା ୩୨ ରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ମାଲୋସିଆ ନୌସେନା । ଗତ ମାର୍ଚ୍ଚ ମାସରେ ବି ମାଲୋସିଆ କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା ।