ଜାକିର ନାଏକକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ମନା କଲା ମାଲେସିଆ

କ୍ୱାଲାଲୁମ୍ପୁର : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକୀର ନାଏକକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ମନା କରିଦେଇଛି ମାଲେସିଆ । ମାଲେସିଆର ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି ଯେ ଜାକିର ନାଏକକୁ ପ୍ରତ୍ୟାର୍ପଣ ନ କରିବାର ଅଧିକାର ମାଲେସିଆ ସରକାରଙ୍କ ନିକଟରେ ଅଛି । ଭାରତ ଗଲେ ତାକୁ ଠିକ ନ୍ୟାୟ ନ ମିଳିବାର ଆଶଙ୍କା ରହିଛି ।

କିନ୍ତୁ ଜାକୀର ନାଏକ କହିଛି ଯେ ତାହାର ଦୋଷସାବ୍ୟସ୍ତ ନ ହେବାପର୍ଯନ୍ତ ଯଦି ଭାରତର ସୁପ୍ରିମକୋର୍ଟ ଗିରଫ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଭାରତର ଫେରିବାରେ କିଛି ଅସୁବିଧା ନାହିଁ । ସେ କହିଛି ଯେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ତାହାର ଭରଷା ଅଛି । କିନ୍ତୁ ୨୦୧୪ ପୂର୍ବରୁ ଏହା ଆହୁରି ଭଲ ଥିଲା । ଜଣେ ସରକାରଙ୍କ ବିରୋଧରେ କହି ମଧ୍ୟ ଖସିଯାଉଥିଲା । କିନ୍ତୁ ଏବେ ତାହା ସମ୍ଭବ ହେଉନାହିଁ । ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା ।

ସମ୍ବନ୍ଧିତ ଖବର