ଜାକିର ନାଏକକୁ ପ୍ରଶ୍ରୟ ଦେଇ ଫସିଗଲା ମାଲେସିଆ, ଦେଶରୁ ତଡିବାକୁ ଦାବି

କ୍ୱାଲାଲୁମ୍ପୁର : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ ପରି ବିଷଧର ସାପକୁ ନିଦ ଦେଶରେ ପ୍ରଶ୍ରୟ ଦେବାର ଫଳ ଭୋଗିବା ଆରମ୍ଭ କରିଛି ମାଲେସିଆ । ଭାରତରୁ ଫେରାର ହୋଇଥିବା ନାଏକକୁ ମାଲେସିଆ ସରକାର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିଥିଲେ । ଏବେ ସେ ମାଲେସିଆକୁ ସମସ୍ୟାରେ ପକାଇବା ଆରମ୍ଭ କରିଛି । ନାଏକ ମାଲେସିଆରେ ରହୁଥିବା ହିନ୍ଦୁ ଓ ଚୀନା ଲୋକମାନଙ୍କ ବିରୋଧରେ ଦେଇଥିବା ବିଭେଦକାରୀ ବୟାନକୁ ନେଇ ସବୁଆଡୁ ବିରୋଧର ସ୍ୱର ଉଠିବା ପରେ ତା ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତା’ବିରୋଧରେ ପ୍ରାୟ ୧୧୫ଟି ମାମଲା ଦାଏର କରାଯାଇଛି । ଏପରିକି ମାଲେସିଆ ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନେ ତାକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା । ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟ୍ରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର